
ମାଲକାନଗିରି,୧୨/୪: ମାଲକାନଗିରି ସଦର ମହକୁମାସ୍ଥିତ ବୁଟିଗୁଡା ନୋଡାଲ ଉପ୍ରା ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣ୍ଡେ ଉପସ୍ଥିତ ଥିଲେ।ସମ୍ମାନୀତ ଅତିଥି ଭାବେ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଚନ୍ଦନ ମିଶ୍ର,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ବିଶ୍ବାସ,ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବିଜ୍ଞାନ ମେଳାରେ ବ୍ଲକର ବିଭିନ୍ନ ସ୍କୁଲରୁ ମୋଟରେ ୧୦୪ଟି ବିଭିନ୍ନ ପ୍ରୋଜେକ୍ଟ ଆସିଥିଲା।ସେଥି ମଧ୍ୟରୁ କନିଷ୍ଠ ବିଭାଗରେ ବଇଲାପାରି ୟୁପି ସ୍କୁଲର ଗୀତାଞ୍ଜଳି ମାଡକାମୀ ପ୍ରଥମ ହୋଇଥିବା ବେଳେ ପୁଟୁଗାଁ ୟୁପି ସ୍କୁଲର ରାଜା ପୁଟିଆ ଦ୍ବିତୀୟ ଏବଂ ଚିଦାନନ୍ଦ ସାହି ୟୁପି ସ୍କୁଲର ପୂର୍ଣ୍ଣ ଚନ୍ଦ୍ର ପାତ୍ର ତୃତୀୟ ସ୍ଥାନ ପାଇଛନ୍ତି।ସେହିପରି ସର୍ବ କନିଷ୍ଠ ବୁଟିଗୁଡା ୟୁପି ସ୍କୁଲର ଜ୍ୟୋତ୍ସ୍ନାରାଣୀ ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏମପିଭି-୮୩ ୟୁ ପି ସ୍କୁଲର ମହୋନ ପାଲ ଦ୍ବିତୀୟ ଏବଂ ଏକ୍ସବୋର୍ଡ ୟୁପି ସ୍କୁଲର ଆକାଶ ରାଉତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ବରିଷ୍ଠ ବିଭାଗରେ ମାଲକାନଗିରି ସରକାରୀ ଉଚ୍ଚ ପ୍ରାଥଣିକ ବିଦ୍ୟାଳୟର ସତ୍ୟଜିତ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେଜିବିଭି ସନ୍ଧ୍ରିମାଳ ସ୍କୁଲର କାମିନୀ ମଲ୍ଲିକ ଦ୍ବିତୀୟ ଏବଂ ସେରପାଲି ବିସିଏଚଏସ ସ୍କୁଲର ଦିବ୍ୟ ସଗରିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ତେବେ ଏମାନଙ୍କ ମଧ୍ୟରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ୬ ଜଣ ମନୋନୀତ ହୋଇଛନ୍ତି।ସେମାନେ ହେଲେ ବୁଟିଗୁଡା ୟୁ ପି ସ୍କୁଲର ଜ୍ୟୋତ୍ସ୍ନାରାଣୀ ସାମନ୍ତରାୟ,ଗୋନ୍ଦିପାଲୀ ଓଏଭିର ତେଜସ୍ବିନୀ ମିଶ୍ର,ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ସାହିଲ ସୁଭମ ନାୟକ,ନୋଡାଲ ହାଇସ୍କୁଲର ରୋସନ ନିଆଲ,ଏମଭି-୭ ଜଗନ୍ନାଥପାଲୀ ହାଇସ୍କୁଲର ଅଙ୍କିତା ସାହା ଏବଂ ପେଡାକୋଣ୍ଡା ହାଇସ୍କୁଲର ଆକାଶ ସମଦାର ମନୋନୀତ ହୋଇଛନ୍ତି।ତେବେ ଏହି ବିଜ୍ଞାନ ମେଳାରେ ବିଚାରକ ଭାବେ ଶରତ କୁମାର ରାଉତ ଏବଂ ବୃନ୍ଦାବନ ପଣ୍ଡା ରହିଥିଲେ।