mobile header

ପାଇଖାନା ପାଇଁ ୫ ଜଣଙ୍କୁ ହତ୍ୟା

କୁସୁପୁର ଗାଁର ଲୋକଙ୍କ କହିବା ଅନୁସାରେ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ଜମିବାଡିକୁ ନେଇ ବିବାଦ ରହିଥିଲା । ବିଶେଷ କରି ପାଇଖାନାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା । ଗୋଟିଏ ଘର ଭିତରେ ଦୁଇ ପରିବାର ରହୁଥିଲେ । ଘର ଭିତରେ ଦୁଇଟି ପରିବାର ରହୁଥିଲେ ବି ଗୋଟିଏ ପାଇଖାନା ଥିଲା । କିନ୍ତୁ ଏହାକୁ ସାନ ଭାଇ ଶିବ ଓ ତାଙ୍କ ପରିବାରକୁ କୁଆଡେ ବଡଭାଇ ଓ ଭାଉଜ ବ୍ୟବହାର କରିବାକୁ ଦେଉନଥିଲେ । ଅନେକ ସମୟରେ ତାଲା ପକାଇ ଦେଉଥିଲେ ଯାହାକୁ ନେଇ ବିବାଦ ରହିଥିଲା । ସୋମବାର ରାତିରେ ଏହି ବିବାଦ ଚରମ ସୀମାରେ ପହଞ୍ଚିଥିଲା ।

ରାତି ପ୍ରାୟ ସାଢ଼େ ଗୋଟାଏ । ଶିବଙ୍କ ପତ୍ନୀ ରାତିରେ ଟଏଲେଟ ଯିବାକୁ ବାହାରିଥିଲେ । ହେଲେ ପାରଖାନାରେ ତାଲା ପଡିଥିବାରୁ ବଡ ଭାଇଙ୍କୁ ଡାକିଥିଲେ ଶିବ । କିନ୍ତୁ ଏତେ ରାତିରେ ଡାକିବାରୁ ବିରକ୍ତ ହେବା ସହ କୁଆଡେ ଶିବଙ୍କୁ ଗାଳି ଦେଇଥିଲେ ତାଙ୍କ ଭାଉଜ । ଏତିକିରେ ଶିବଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ନିଜ ରୁମ ଭିତରକୁ ଆସି କିଛି ସମୟ ବସିବା ପରେ ହାତରେ କଟୁରୀ ଧରି ବାହାରି ଯାଇଥିଲା । ଆଉ ବଡ ଭାଇ ଶୋଇଥିବା ଘର ଭିତରକୁ ପଶିଥିଲା । ତାପରେ ଜଣଙ୍କ ପରେ ଜଣେ ପାଂଚ ଜଣଙ୍କୁ ହାଣି ହତ୍ୟା କରିଥିଲା ।

Leave A Reply

Your email address will not be published.