mobile header

କୋଟିଆରେ ଇଂଲିଶ ମିଡିୟମ ସ୍କୁଲ ପ୍ରତିଷ୍ଠା

କୋଟିଆରେ ହେବ ଖୁବଶୀଘ୍ର ନିର୍ମାଣ ହେବ ସ୍ୱତନ୍ତ୍ର ଇଂଲିଶ ମିଡିୟମ ସ୍କୁଲ । ସେହଭଳି ଦେଓମାଳିରେ ହେବ ଇକୋ ଟୁରିଜିମ୍ ବ୍ୟବସ୍ଥା । ଜୟପୁର ଗସ୍ତ ବେଳେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସୁରେଶ ମହାପାତ୍ର ।

୪ ଦିନିଆ ଗସ୍ତରେ ଶୁକ୍ରବାର ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜୟପୁରରେ ପହଞ୍ଚି ନିର୍ମାଣାଧୀନ ଏୟାରଷ୍ଟ୍ରିପର ଅନୁଧ୍ୟାନ କରିଥିଲେ । ଏହା ସହ ଆସନ୍ତା ଜୁନ ପ୍ରଥମ ସପ୍ତାହରୁ ଜୟପୁରରୁ ଭୁବନେଶ୍ୱର ଏବଂ ଜୟପୁରରୁ ବିଶାଖାପାଟଣା ବିମାନ ଚଳାଚଳ କରିବା ନେଇ ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଏହା ସହ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଜଳସେଚନ, ବିଦ୍ୟୁତ୍ ସଂଯୋଗୀକରଣ, ପାନୀୟ ଜଳ ପ୍ରକଳ୍ପ, ରାସ୍ତା ଏବଂ ଟେଲି ଯୋଗାଯୋଗ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ୧୦୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ସୂଚନା ଯୋଗ୍ୟ, ମୁଖ୍ୟ ଶାସନ ସଚିବ ୪ ଦିନିଆ ମାଲକାନଗିରି, କୋରାପୁଟ ଗସ୍ତରେ ଅଛନ୍ତି । ଗତକାଲି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.