ହିରାଖଣ୍ଡ, ସମଲେଶ୍ୱରୀ ଏବଂ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ ଟ୍ରେନ କୁ ଲକ୍ଷ୍ମୀପୁର ରୋଡ ଠାରେ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ୍ ଟ୍ରେନ କୁ ବାଚେଲି ଠାରେ ରହଣି ଦେବା ପାଇଁ ନିକଟରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ | ଏହାକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଆସନ୍ତା ବୁଧବାର ଠାରୁ ଏହି ଷ୍ଟେସନ ମାନଙ୍କରେ ଉପରୋକ୍ତ ଟ୍ରେନ ଗୁଡିକର ରହଣି ଦେବାପାଇଁ ନିଷ୍ପତି ନେଇଅଛି |
18447/18448 ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର ରୁ 27 ଏପ୍ରିଲ୍ ଠାରୁ ଏବଂ ଜଗଦଳପୁରରୁ 26 ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡ ଷ୍ଟେସନ ଠାରେ ରହଣି କରିବ | ଭୁବନେଶ୍ୱରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୦୭ଘ.୧୦ମି.ରେ ପହଞ୍ଚି ସକାଳ ୦୭ଘ.୧୨ମି.ରେ ଛାଡିବ | ଜଗଦଲପୁରରୁ ଏହି ଟ୍ରେନ୍ ସନ୍ଧ୍ୟା ୮ଘ.୩୦ମି.ରେ ଲକ୍ଷ୍ମୀପୁର ରୋଡରେ ପହଞ୍ଚି ୮ଘ.୩୨ମି.ରେ ଛାଡିବ |
18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ରୁ 26 ଏପ୍ରିଲ୍ ଠାରୁ ଏବଂ ଜଗଦଳପୁରରୁ 27 ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡରେ ଷ୍ଟେସନ ଠାରେ ରହଣି କରିବ | ହାଓଡ଼ାରୁ ଏହି ଟ୍ରେନ୍ ଅପରାହ୍ନ ୫ଘ.୪୦ମି.ରେ ଲକ୍ଷ୍ମୀପୁର ରୋଡ ଠାରେ ପହଞ୍ଚି ଅପରାହ୍ନ ୫ଘ.୪୨ମି.ରେ ଛାଡିବ | ଜଗଦଲପୁରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୮ଘ.୫୦ମି.ରେ ପହଞ୍ଚି ସକାଳ ୮ଘ.୫୨ମି.ରେ ଛାଡିବ |
18107/18108 ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ରାଉରକେଲା ରୁ 27 ଏପ୍ରିଲ୍ ଠାରୁ ଏବଂ ଜଗଦଲପୁରରୁ 26 ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡରେ ରହଣି କରିବ | ରାଉରକେଲା ଠାରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୫ଘ.୨୪ମି.ରେ ପହଞ୍ଚି ସକାଳ ୫ଘ.୨୬ମି.ରେ ଛାଡିବ | ଜଗଦଲପୁରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସନ୍ଧ୍ୟା ୬ଘ.୧୦ମି.ରେ ପହଞ୍ଚି ସନ୍ଧ୍ୟା ୬ଘ.୧୨ମି.ରେ ଛାଡିବ |
18514/18513 ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖାପାଟନମ୍ ଏକ୍ସପ୍ରେସ ଉଭୟ ଦିଗରୁ 27 ଏପ୍ରିଲ୍ ଠାରୁ ବାଚେଲି ଷ୍ଟେସନ ଠାରେ ରହଣି କରିବ | ବିଶାଖାପାଟନମରୁ ଏହି ଟ୍ରେନ୍ ବାଚେଲିରେ ସକାଳ ୮ଘ.୧୮ମି.ରେ ପହଞ୍ଚି ସକାଳ ୮ଘ.୨୦ମି.ରେ ଛାଡିବ | କିରାଣ୍ଡୁଲରୁ ଏହି ଟ୍ରେନ୍ ଅପରାହ୍ନ ୩ଘ.୧୫ମି.ରେ ବାଚେଲିରେ ପହଞ୍ଚି ଅପରାହ୍ନ ୩ଘ.୧୭ମି.ରେ ଛାଡିବ |