mobile header

ଜୁଏଲାରୀ ଦୋକାନରୁ ଲୁଟିନେଲେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର

କୋଣାର୍କ ସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ,ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟର ସାହାଯ୍ୟରେ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଲୁଟ୍‌ର ଲାଇଭ୍ ଭିଜୁାଲ୍ ମଧ୍ୟ କଏଦ ହୋଇଛି ।

ଏନେଇ ଜୁଏଲାରୀ ଦୋକାନ ମାଲିକ ଲକ୍ଷ୍ମୀଧର ସାହୁ କହିଛନ୍ତି, ‘ ଗତକାଲି ରାତିରେ ସିଡ଼ି ଲଗାଇ ଉପରକୁ ଉଠି ଗ୍ୟାସ୍‌ କଟରରେ କାଟି ଭିତରକୁ ପ୍ରବେଶ କରିଛନ୍ତି । ଭିତରେ ଥିବା ଲକର କାଟି ୨୦-୨୫ ଲକ୍ଷ ଟଙ୍କାର ସୁନା ଲୁଟିନେଇଛନ୍ତି ।’

ସିସିଟିଭିରେ ସ୍ପଷ୍ଟ ଜଣାପଡୁଛି ଯେ ପ୍ରଥମେ କିପରି ଲୁଟେରାମାନେ ଛାତ ଉପର ସିଡ଼ି ଘର ଗେଟ୍ କାଟି ସୋରୁମ ଭିତରକୁ ପ୍ରବେଶ କରୁଛନ୍ତି । ଯାହା ପରେ ଷ୍ଟ୍ରଙ୍ଗ ରୁମ୍ ଓ ଲକର କାଟି ଲୁଟ୍‌ପାଟ୍ ଚଳାଇଛନ୍ତି । ୪ ଲୁଟେରା ଭିନ୍ନ ଢ଼ଙ୍ଗରେ ଲୁଟ୍‌ପାଟ୍ କରୁଛନ୍ତି ସେହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।ଘଟମାରେ କୋଣାର୍କ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.