ଭୁବନେଶ୍ୱର, : ରାଜ୍ୟରେ ସରକାରଙ୍କ ତଥ୍ୟ ମୁତାବକ ୪୩,୪୭୯ ପିଲା ମାଟ୍ରିକ୍ ପରିକ୍ଷା ପାଇଁ ଫର୍ମ ଫିଲପ କରିଥିଲେ ମଧ୍ୟ ପରିକ୍ଷା ଦେଲେ ନାହିଁ । ରେଗୁଲାର ଛାତ୍ର ସଂଖ୍ୟା ୪୨,୭୦୪ ଓ ଏକ୍ସରେଗୁଲାର ୭୮୫ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ପରିକ୍ଷରେ ଏତେ ସଂଖ୍ୟାକ ଛାତ୍ରମାନେ ପରିକ୍ଷା ନଦେବା ଏହା ଆମ ଶିକ୍ଷା ବ୍ୟବସ୍ଥାର ଏକ ଦାରୁଣ ଚିତ୍ର ଓ ସ୍ଥିତି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି କ୍ଷଭ ପ୍ରକାଶ କରିଛନ୍ତି । ଶ୍ରୀ ମହାନ୍ତି ସମ୍ବାଦିକ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଯଦି ଏତେ ସଂଖ୍ୟାକ ପିଲା ପରିକ୍ଷା ଦେଲେ ନାହିଁ, ତାହାଲେ ଏମାନଙ୍କର ଫର୍ମ ଫିଲପ କିଏ କରିଥିଲା ? ସେମାନେ ନିଜେ କରିଥିଲେ ନା ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କୁଲର ଶିକ୍ଷକ / ଶିକ୍ଷୟତ୍ରୀ କରିଥିଲେ କି? ଯଦି ହଁ ତାହାଲେ ଏହା କେଉଁ ହିତସାଧନ ଉଦ୍ଦେଶ୍ୟରେ କରାଯାଇଥିଲା । ଏ ସମସ୍ତ ଛାତ୍ରମାନେ ସମେଟଭି୍ ଆସେସ୍ମେଂଟ ପରୀକ୍ଷା ଦେଇଥିଲେ କି? ଯଦି ଦେଇନଥିଲେ ତାହାଲେ ସେମାନଙ୍କୁ କିଏ, କାହା ନିର୍ଦ୍ଦେଶରେ ଫର୍ମ ଫିଲପ କରିବା ପାଇଁ ପ୍ରବର୍ତାଇଥିଲେ ବା କିଏ ସେମାନଙ୍କର ଫର୍ମ ଫିଲପ କରିଥିଲେ । ରାଜ୍ୟରେ ୪୩ ହଜାରରୁ ଅଧିକ ପିଲା ଏହି ଅଳ୍ପ ବୟସରେ ନିଜର ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଅତି ଜଟିଳ ଓ ଅମାନମବୀୟ ପରିସ୍ଥିତିରେ ବର୍ଷାଧିକ କାଳ କାମ କରୁଛନ୍ତି । ଏଥିରେ ସ୍ପଷ୍ଟ ଅନୁମେୟ ଯେ, ସେ ସବୁ ପରିବାର ଦାରିଦ୍ରତା ଏତେ ଉତ୍କଟ ଯେ, ସେମାନଙ୍କ ପରିବାରକୁ ପୋଷଣ କରିବା ପାଇଁ ଏହି ଅଳ୍ପ ବୟସରେ ରୋଜଗାର କରିବା ଛଡ଼ା ଅନ୍ୟ କିଛି ବାଟ ନାହିଁ । ରାଜ୍ୟ ସରକାର ୨୨ ବର୍ଷ ଧରି ଗରୀବ ବିରୁଦ୍ଧରେ ଲଢ଼େଇ ଜାରିରଖିଛନ୍ତି । ସ୍ଥିତି କଣ ଗରିବୀ କମିଛି ନା ବଢ଼ିଛି । ଯଦି ଏତେ ସଂଖ୍ୟକ ପିଲା ସ୍କୁଲକୁ ଆସିନାହାନ୍ତି ତାହାଲେ ଏମାନଙ୍କ ସାଇକେଲ, ଡ୍ରେସ ଓ ବହି କିଏ ଓ କାହାକୁ ବାଂଟିଲେ ନା ଏହି ଅର୍ଥକୁ ସମସ୍ତେ ଭାଗ ବଂଟା କରି ନେଇଗଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ରାଜ୍ୟର ଭବିଷ୍ୟତ ମାନବ ସମ୍ବଳକୁ ନଷ୍ଟ ଭ୍ରଷ୍ଟ କରି ରାଜ୍ୟକୁ ଛାରଖାର କରିବା ବିଜୁ ଜନତା ଦଳର ୨୨ ବର୍ଷର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏକ ରାଜ୍ୟର ବିକାଶ ତା’ର ମାନବ ସମ୍ଭଳର ବିକାଶ ଉପରେ ନିର୍ଭର କରେ । ମୁଖ୍ୟମନ୍ତ୍ରୀ ଏକ ନମ୍ବର ବୋଲି ଆମେ ସବୁବେଳେ ଡିଣ୍ଡିମ ପିଟୁଛୁ । କିନ୍ତୁ ରାଜ୍ୟ ଦୟନୀୟସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯିବ କି ନାହିଁ । ରାଜ୍ୟର ପିଲାମାନେ ଶିକ୍ଷିତ ହୁଅନ୍ତୁ, ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅନ୍ତୁ । ଏହା ସରକାର ଏବଂ ସରକାରୀ ଦଳର ଆଭିମୁଖ୍ୟ ନୁହେଁ । ଯେତେ ପରିମାଣରେ ଅଳ୍ପ ବୟସ୍କ ପିଲାମାନେ ଅଶିକ୍ଷିତ ରହିବେ ତଦ୍ୱାରା ସେମାନେ ସରକାରଙ୍କ ପ୍ରଦତ ହାତମୁଠାକୁ ଚାହିଁ ରହିବେ ଏବଂ ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ବାହା ବାହା ନେବେ । ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର୍ ନୱାଜ ସେ କହିଲେ ଯେ, ଏହି ଘୋଟଲା ଶିକ୍ଷା ଚାଚଂକତା ବା କେଳେଙ୍କାରୀ ପଛରେ ଯେଉଁ ଅଧିକାରୀମାନେ ତଥା ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଶୀଘ୍ର କରାଯାଉ । ରାଜ୍ୟ ସରକାର ନିଜର ପ୍ରଶଂସା ପତ୍ର ଗୋଟାଇବା ପାଇଁ ଡ୍ରପ ଆଉଟ୍ ରେଟ୍କୁ କମ୍ ଦେଖାଇବା ପାଇଁ ଏହି କାମକୁ କରାଇଛନ୍ତି କି ? ରାଜ୍ୟରେ ଓଡ଼ିଶାର ସ୍କୁଲ ଡ୍ରପ୍ ଆଉଟ୍ ୧୯-୨୦ ବର୍ଷରେ ୨୩.୨୯% ଥିଲାବେଳେ ଏହା ୨୧-୨୨ ଆଥିକ ବର୍ଷରେ ୩୨.୧୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କୁହାଯାଉଛି । କାମ ଅନେଷ୍ୱଣରେ କିନ୍ତୁ ଜିଲ୍ଲାପାଳ, ଶ୍ରମମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ କୌଣସି ତଥ୍ୟ ନାହିଁ । ଏମାନେ କିଭଳି ଏବଂ କାହା ପାଇଁ କାମ କରୁଛନ୍ତି । କ’ଣ କେବଳ ସରକାରୀ ଦଳର ବୋଲକରା ହୋଇ କାମ କରୁଛନ୍ତି କି? ରାଜ୍ୟ ସରକାର ଅତିଶୀଘ୍ର ଏ ୪୩୪୭୯ ପିଲାଙ୍କୁ ଠାବକରି ନିଜ ରାଜ୍ୟକୁ ଆଣି ତାଙ୍କୁ ପରିକ୍ଷା ଦେବାର ବ୍ୟବସ୍ଥା କରନ୍ତୁ । ଟ୍ରାନ୍ସଫରମେସନ କଥାରେ ନା କାମରେ ବୋଲି ପଚାରିଛନ୍ତି । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀଯୁକ୍ତ ଅମୀୟ ପାଣ୍ଡବ କହିଲେ ଯେ, ରାଜ୍ୟ ସରକାର ଶିକ୍ଷା ଅଧିକାର ଆଇନକୁ ଖୁଲମ୍ଖୁଲା ଉଲଘଂନ କରୁଛନ୍ତି । ତତ୍ସହିତ ରାଜ୍ୟର ଭବିଷ୍ୟତ ମାନବ ସମ୍ବଳକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ରଭାବେ ଖସଡ଼ା ପ୍ରସ୍ତୁତ କରିଛନ୍ତି । ଏଭଳିସ୍ଥିତି କେବଳ ଏ ବର୍ଷ ହୋଇନାହିଁ । ପ୍ରତିବର୍ଷ ଏଭଳିସ୍ଥିତି ଲାଗୁ ରହିଥିବାବେଳେ ସରକାର ଆଜି ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲଗାଇବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ପାଣ୍ଡବ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ଯଦି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରନ୍ତି ଓ ୪୩୪୭୯ ପିଲାଙ୍କୁ ଫେରାଇ ଆଣି ପରିକ୍ଷା ନ କରନ୍ତି, ତାହାଲେ ଆସନ୍ତା ଦିନରେ ଛାତ୍ର କଂଗ୍ରେସ ରାଜରାସ୍ତାରେ ଆନ୍ଦୋଳନ କରିବ ।
Sign in
Sign in
Recover your password.
A password will be e-mailed to you.
Prev Post
ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ . ଗାଁ ଠାରୁ ସହର ଯାଏ ଉତ୍ସବ ପାଳନ ପାଇଁ ଜିଲ୍ଲାପାଳଙ୍କ ନିବେଦନ
Next Post