ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ଦକ୍ଷତା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପୃଷ୍ଟି ଙ୍କ ସଭାପତିତ୍ବ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏଡି ଇଓ ଘନଶ୍ୟାମ ମେହେର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ଡି ଏସ ଏସ ଦେବେନ୍ଦ୍ର ଦେହୁରୀ ମଞ୍ଚାସିନ ଥିଲେ।14 ଟି 5 ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ସମେତ 54 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ ଶିବିରରେ ଅଂଶ ଗ୍ରହଣ କରିଥିଲେ। ସାଧନ କର୍ମୀ ଭାବେ ଆମ୍ବଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା,ମନ ମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ସମ୍ବିତ କୁମାର ମିଶ୍ର ଯୋଗ ଦେଇ ତାଲିମ ଦେଇଥିଲେ।ପ୍ରଯୁକ୍ତି ବିଦ୍ୟା ଯୁଗରେ ଶିକ୍ଷକଙ୍କ ଡିଜିଟାଲ ସ୍କିଲ ଉପରେ ଜ୍ଞାନ ଏବଂ ଦକ୍ଷତାର ବିକାଶ ନହେଲେ ବିଜ୍ଞାଳୟ ଚଳାଇବା ସମସ୍ୟା ହେବ ବୋଲି ପ୍ରକାଶ ପାଇଛି।ଏହାକୁ ଦୃଷ୍ଟିରେ ରଖି ଉକ୍ତ ଶିବିରର ଆୟୋଜନ କରାଯାଉଛି ବୋଲି ଆର୍ପି ସମ୍ବିତ କୁମାର ମିଶ୍ର କହିଥିଲେ।ମନ ମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି ଶିକ୍ଷକ ସତ୍ୟପାଲ ମିଶ୍ର ସୂଚନା ଦେଇଛନ୍ତି।
