ନବରଙ୍ଗପୁର ଜିଲାରେ ହଜିଯାଉଛି ବହୁ ପାରମ୍ପାରିକ ଦେଶୀଧାନ। ଅଧିକ ଅମଳ ଓ ଲାଭ ଆଶାରେ ନୂତନଚାଷ ପ୍ରଣାଳୀରେ ଚାଷୀ ମାନେ ହାଇବ୍ରିଡଧାନଚାଷ କରିବାକୁ ପସନ୍ଦ କରୁଥିବାବେଳେ ପୂର୍ବପୁରୁଷଧରି ଚାଷ କରି ଆସୁଥିବା ପରମ୍ପାରିକ ଦେଶୀଧାନ ପ୍ରତି ବିମୁଖ ହେଉଥିବା ଲକ୍ଷ୍ୟ କରାଯାଉଛି। ଯଦିଓ ଦେଶୀଧାନରେ ଅଧିକ ଶକ୍ତିଶାଳୀ ପୁଷ୍ଟିକରତ୍ତତ୍ୱ ରହିଥିବା କୁହାଯାଉଛି। ତେବେ ଚାଷୀ ମାନେ ଏବେ ଅଧିକ ଅମଳ ଓ ରୋଜଗାର କୁ ଦଷ୍ଟିରେ ରଖି ଆଧୁନିକପ୍ରଣାଳୀରେ ଚାଷ କରୁଥିବା କୁହାଯାଇଛି। ଯାହା ଫଳରେ ବହୁ ପୁରାତନ ଦେଶୀ ଧାନଏବେ ହଜିସାରିଲାଣି। ଦେଶୀଧାନ ବନ୍ୟାବାତ୍ୟା, ମରୁଡି,ସ୍ୱଳ୍ପବୃଷ୍ଟି ଓ ବିଭିନ୍ନଜଳବାୟୁ ପରିବର୍ତ୍ତନରେ ଖାପ ଖାଇବାରେ ସକ୍ଷମ ହେଉଥିଲା। ଏହାଛଡା ରୋଗ ପୋକରୁ ମୁକ୍ତ ରହୁଥିଲା। ଦେଶୀ ଧାନ ବହିନ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଥିଲା। ପୂର୍ବକାଳରୁ ଚାଷୀ ମାନେ ବହୁ ସରୁ ଓ ବାସନାଯୁକ୍ତ ଧାନ ଚାଷ କରି ନିଜେ ଡିଙ୍କିରେ କୁଟି ଚାଉଳକରି ବର୍ଷବର୍ଷଧରି ସାଇତି ରଖୁଥିଲେ। ଏହି ଚାଉଲରେ ପୋକ ମଧ୍ୟ ହେଉନଥିଲା। ତେବେ ଏବେ ଦେଶୀଧନା ବିହନ କେବଳ ସ୍ପପ୍ନ ପାଲଟିଛି। ଜିଲାରେ ବହୁଦେଶୀଧାନ ହଜିସାରିଥିବାବେଳେ ସେଥିମଧ୍ୟରୁ ଆସାମଚୁଡି, ହଳଦିଚୁଡି, ବାକଟିଚୁଡି, କଳାମଲ୍ଲୀ,ଘୋଡାଖୁଣ୍ଟା, ହଳଦିଗଣ୍ଠି, ଧୋବଖୁଜି, ଅମରଚୁଡି, ଚେଟିଆନାକି, ଦହଣାପ୍ରସାଦ, ତୂଳସୀବାସ, ମିଟିମିଟି, କଳାଜିରା, କପୁରକାନ୍ତି, ବାସଭୋଗ, ମାଛକଣ୍ଟା, ସ୍ୱର୍ଣ୍ଣା, ରତନଚୁଡି, ଡଙ୍ଗର ଖୁଦି, ମେହେର, ପରା, ମାଟି, ପୁଆଦି, ଚିତରିମି, ବାବେ ଗୋଛା, ଲଙ୍କେଶ୍ୱରୀ, ରାଧାକୃଷ୍ଣ, ବାରେଙ୍ଗଗଠିଆ, ଲଦାରି ପ୍ରଭୃତିଧାନ ଏବେ ହଜିଗଲାଣି। ଏହି ଦେଶୀଧାନା କରି ଚାଷୀମାନ ଭଲ ଅମଳ କରୁଥିବାବେଳେ ଏହି ଧାନ ମାଟିରେ ଅନୁକୂଳ ରହିଥିବାକାରଣରୁ କେବଳ ଗୋବର ଖତ ଦେଇ ଚାଷ କରାଯାଉଥିଲା। ଏହି ଧାନଚାଷରେ ରସାୟନିକ ସାର ପଡୁନଥିବାରୁ ଏହିଧାନର ଚାଉଳ ଅତିସ୍ୱାଦିଷ୍ଟ ଓ ପୁଷ୍ଟିକର ରହିଥିଲା। ଏହିଦେଶୀଧାନ ସମୟରେ ଦେଶୀମାଛ ମଧ୍ୟ ପ୍ରଚୁର ମାତ୍ରାରେ ଧାନବିଲରୁ ମିଳୁଥିଲା। ଲୋକ ମାନେ ବହୁ ପକାର ମାଛ ପାଇପାରୁଥିଲେ। ଦେଶୀଧାନର ଭାତ ସହିତ ଦେଶୀମାଛ ଖାଇବାରେ ମଜା ନେଉଥିଲେ। ତେବେ ଆଧୁନିକ ଚାଷ ନାଁରେ ହାଇବ୍ରିଡଧାନ କୁ ପ୍ରାଧାନ୍ୟ ସହିତ ବହୁ ରାସାୟନିକ ସାର ଓ ଔଷଧ ପ୍ରୟୋଗ କରିବା ଫଳରେ ଏବେ ଆଉ ବିଲରେ ଦେଶ ମାଛ ମଧ୍ୟ ହଜିଯାଇଛି। ନୂତନ ଚାଷୀ ମାନେ ଏହି ଦେଶୀ ଧାନର ନାମ ମଧ୍ୟ ଜାଣିନଥିବା ପ୍ରକାଶ କରିଛନ୍ତି। ଏବେ କେବଳ ବଡ ମାଛ ବଜାରରେ ମିଳୁଥିବାବେଳ ଗାଁଗହଳିର କ୍ଷେତ ବାଡରେ ଆଉ ଦେଶୀମାଛ ମିଳୁନି। ଦେଶୀ ଧାନ ର ମୂଳରେ ମାଛ ବଞ୍ଚି ରହିଥିଲା। ପ୍ରତ୍ୟେକବିଲରେ ଧାନ ସହିତ ଦେଶୀ ମାଛ ପ୍ରଚୁର ପରିମାଣରେ ମିଳୁଥିଲା। ଫଳରେ ଚାଷୀ ମାନ ଦେଶୀ ଧାନ ଓ ଦେଶୀ ମାଛ ବିକ୍ରି କରି ଦୁଇଟି ଫାଇଦା ପାଉଥିଲେ। ବତ୍ତର୍ମାନ ଯୁଗ ଅନୁସାରେ ଦେଶୀଧାନ ବିହନ ପରିବର୍ତ୍ତନ କରିବା ସହିତ ଗୋବର ଖତ ବଦଳରେ ଜୈବିକ ସାର ବ୍ୟବହାରକରବା ମଣିଷକୁ ବହୁ ରୋଗରକାରଣ ହୋଇଛି। ଯଦିଓ ଆଧୁନିକ ଚାଷ କେବଳ ଲାଭଜନକ ହୋଇଛି ,କିନ୍ତୁ ଏହିଧାନ ସ୍ୱାସ୍ଥ୍ୟପ୍ରତି ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଛି। ତେବେ ସରକାର ପୁରାତନ ଧାନ ବିହନ ସଂରକ୍ଷଣ ଓ ଯୋଗାଣ ସହିତ ରୋଗ ନିୟନ୍ତ୍ରକ ଦେଶୀଧାନ ଚାଷ କରିବାକୁ ପୋତ୍ସାହନ ଦେବାକୁ ବହୁ ପୁରଖାଚାଷୀ ମାନେ ମତ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.