mobile header

ବଲିଉଡ ପରଦାରେ ଓଡିଶା କାହାଣୀ : ଓଡିଆ ରଗବୀ ଖେଳାଳିଙ୍କୁ ନେଇ ଆସୁଛି ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’

ବଲିଉଡ ସିନେମାରେ ଓଡିଶା ଖେଳାଳୀଙ୍କ ସଂଘର୍ଷର କାହାଣୀ । ୨୦୦୭ରେ ଓଡ଼ିଶାର ୧୨ ଜଣ ଆଦିବାସି ପିଲା ରଗବୀ ୱାର୍ଲ୍ଡ କପରେ ଭାଗନେଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ ତାହାକୁ ହିନ୍ଦୀ ସିନେମା ‘ଜଙ୍ଗଲ କ୍ରାଏ’ରେ ଦର୍ଶାଯାଇଛି । ସିନେମାଟି ମେ-୨୦ରେ ପରଦାକୁ ଆସିବାକୁ ଯାଉଛି ।

୧୨ ଜଣ ଓଡିଆ ରଗବୀ ଖେଳାଳୀଙ୍କୁ ନେଇ ବଲିଉଡ୍ରେ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ । ଭାରତରେ ଯେଉଁ ସମୟରେ କାଁ ଭାଁ କେତେ ଜଣ ଲୋକ ରଗବୀ ଖେଳ ନାଁ ଶୁଣିଥିଲେ ସେତେବେଳେ ଓଡ଼ିଶାର ୧୨ ଜଣ ଆଦିବାସି ପିଲା ଅନ୍ତର୍ଜାତିୟ ସ୍ତରରେ ସୁନାମ ଅର୍ଜନ କରିପାରିଥିଲେ । ଓଡ଼ିଶାର ୧୨ ଜଣ ଆଦିବାସୀ ପିଲାଙ୍କର ସଂର୍ଘଷର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଏହି ଚଳଚ୍ଚିତ୍ର । ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଲୋକପ୍ରିୟ ଅଭିନେତା ଅଭୟ ଦେଓଲଙ୍କୁ ଦେଖିବାକୁ ମିଳିବ । ଯିଏ କି ସିନେମାରେ ରଗବୀ କୋଚ୍ ଦାୟିତ୍ୱ ତୁଲାଉଛନ୍ତି ।

୨୦୦୭ ମସିହାରେ ଅଣ୍ଡର ୧୪ ରଗବି ବିଶ୍ୱ କପରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ କପ ହାସଲ କରିଥିଲେ ଭାରତ ପକ୍ଷରୁ ଖେଳୁ୍ଥିବା ଏହି ୧୨ ଜଣିଆ ଟିମ୍ । ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ସେହି ଆଦିବାସୀ ଯୁବକଙ୍କ ଅଭିନୟ ବି ଦେଖିବାକୁ ମିଳିବ । ଯାହା ଏହି ସତ କାହାଣୀକୁ ପରଦାରେ ଆହୁରି ଜୀବନ୍ତ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଗର ବାଲାରୀ । ଓଡିଶାର ଏକ ନିଚ୍ଛକ କାହାଣୀ ବଲିଉଡ୍ ସିନେମାରେ ସ୍ଥାନ ପାଇଥିବାରୁ ସିନେମାକୁ ନେଇ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି ।

ମେ ୨୦ରେ ଫିଲ୍ମଟି ପରଦାକୁ ଆସିବାକୁ ଯାଉଛି । ଅଜଣା ଗାଁରୁ ସୁଦୂର ଲଣ୍ଡନ ପର୍ଯ୍ୟନ୍ତ ଏହି ପିଲାଙ୍କର ଯାତ୍ରାକୁ ବେଶ ବାସ୍ତବିକ ଢଙ୍ଗରେ ଏହି ଚଳଚିିତ୍ରଟିରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ।

Leave A Reply

Your email address will not be published.