mobile header

ଜୁଆ ଆଡ୍ଡାରେ ପୋଲସର ଚଢଉ, ୨୨ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ ୩ ଗିରଫ ।

ମାଲକାନଗିରି,୧୬।୫ (): ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗାଁରେ ଜୁଆ ଖେଳ ଜାରି ରହିଥିବା ବେଳେ ଖବର ପାଇ ଉକ୍ତ ଜୁଆ ଆଡ୍ଡାରେ ପୋଲିସ ଚଢଉ କରି ୩ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ମାଲକାନଗିରି ଆଦର୍ଶ ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଜାରି ରହିଥିବା ବେଳେ ଏମଭି-୭ ଗ୍ରାମର ନିକଟରେ ଜୁଆଆଡ୍ଡା ଚାଲିଥିବା ଜାଣିବାକୁ ପାଇଥିଲେ । ମାଲକାନଗିରି ପୋଲିସ ସେଠାକୁ ଯାଇ ଜୁଆ ଆଡ୍ଡାରେ ଚଢଉ କରିଥିଲେ । ପୋଲିସକୁ ଦେଖି ଅନେକ ଜୁଆଡି ସେଠାରୁ ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ୩ଜଣଙ୍କୁ କାବୁକରି ଗିରଫ କରିଥିଲେ । ଅନେକ ଜୁଆଡି ନିଜ ଟଙ୍କା ନେଇ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଉକ୍ତ ଜୁଆ ଆଡ୍ଡାରୁ ମୋଟ ୨୨ହଜାର ୨୩୦ଟଙ୍କା ଓ ଅନେକ ତାସ୍ ମୁଠା ଜବତ କରିଥିଲେ ।

Leave A Reply

Your email address will not be published.