ମାଲକାନଗିରି,୨୦/୫ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର ଏମଭି-୯ ୟୁପି ସ୍କୁଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ତାଲା ଠୁଙ୍କିଦେଇଥିଲେ।ତେବେ ଏନେଇଖବର ନେବାରୁ ଜଣାପଡିଥିଲା ଯେ ଏହି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାମନ୍ତରାୟଙ୍କୁ ନିକଟସ୍ଥ ରାମାଗୁଡା ସ୍କୁଲକୁ ବଦଳି କରିଦିଆଯାଇଛି।ଶ୍ରୀ ସାମନ୍ତରାୟ ଏହି ସ୍କୁଲରେ କୁଆଡେ ଭଲ ପାଠ ପଢାଉଥିଲେ,ଭଲ ଖାଇବାକୁ ଦେଉଥିଲେ ଏବଂ ପିଲାମାନଙ୍କର ଯତ୍ନ ନେଉଥିଲେ।ତେବେ ତାଂକ ସ୍ଥାନରେ ପୁଷ୍ପାଞ୍ଜଳି ପଣ୍ଡା ନାମୀକା ଜନୈକା ପ୍ରଧାନ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ପଢାଉନଥିବା ବେଳେ ଭଲ ଖାଇବାକୁ ଦେଉନଥିବା ନେଇ ପିଲାମାନେ ଏବଂ ସେମାନଙ୍କର ଅଭିଭାବକମାନେ ସ୍କୁଲରେ ତାଲା ଠୁଙ୍କି ଦେଇଥିଲେ।ସ୍କୁଲ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସ୍କୁଲରୁ ପଦାକୁ ବାହାରିବାକୁ କହି ତାଲା ପକାଇ ଦେଇଥିଲେ।ଯେତେବେଳ ପର୍ଯ୍ୟନ୍ତ ଆମ ସ୍କୁଲକୁ ପ୍ରଶାନ୍ତ ସାମନ୍ତରାୟ ସାର ନଫେରନ୍ତି ସେତେବେଳ ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଗ୍ରାମବାସୀ କହିଥିଲେ।ଏହି ଖବର ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଜାଣିବା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେଙ୍କ ସହ ମିଶି ସ୍କୁଲକୁ ଯାଇ ଘଟଣା ସଂପର୍କରେ ଆଲୋଚନା କରିଥିଲେ।ଗ୍ରାମବାସୀ ଏବଂ ପିଲାମାନେ ଗୋଟିଏ ଜିଦରେ ଅଟଳ ରହିଥିଲେ।ଆମ ସାରକୁ ଆମକୁ ଫେରାଇ ଦିଅ ବୋଲି ସ୍ଲୋଗାନ ଦେଉଥିଲେ।ଦୀର୍ଘ ସମୟ ଧରି ଶିକ୍ଷାଧିକାରୀମାନେ ବୁଝାଇବା ପରେ ମଧ୍ୟ ଲୋକେ ଏବଂ ଛାତ୍ରଛାତ୍ରୀ ବୁଝିନଥିଲେ।ପରେ ଏକ ରିପୋର୍ଟ ତିଆର କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା ବିଇଓ କିଶୋର ବେହେରା ପ୍ରକାଶ କରିଛନ୍ତି।ତେବେ ପିଲାମାନଙ୍କୁ ଏବଂ ଅଭିଭାବକମାନଙ୍କୁ କିଏ ଉସୁକାଉଥିବାର ଗନ୍ଧ ବାରି ହେଉଥିବା ଜଣାପଡିଛି।କମୋଳମତି ପିଲାମାନଙ୍କୁ କାହିଁକି ଏଭଳି ମତାଇ ସ୍କୁଲରେ ତାଲା ପକାଗଲା ଏବଂ ପିଲା ଙ୍କ ପାଠ ପଢ଼ାରେ ବ୍ୟ।ଘତସୃଷ୍ଠି ହେଉଛି ତାହାକୁ ନେଇ ତଦନ୍ତ କରାଯିବା ସହ ସଡଜନ୍ତ୍ଦକ।ରି ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ଙ୍କ ମହଲ ମତ ଦେଇଛନ୍ତି। ଆଗକୁ ଏହାକୁ ନେଇ ଏକ ସ୍ଥାୟୀ ସମାଧାନ କରିବା ପାଇଁ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Prev Post