mobile header

ବିନୟ କୁମାର ସକ୍ସେନା ହେବେ ଦିଲ୍ଲୀର ଉପ ରାଜ୍ୟପାଳ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନିଲ ବୈଜଲଙ୍କ ଇସ୍ତଫା ସ୍ଵୀକାର କରି ବିନୟ କୁମାର ସକ୍ସେନାଙ୍କୁ ଦିଲ୍ଲୀର ନୂତନ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗତ ଦିନରେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ସୋମବାର ରାଷ୍ଟ୍ରପତି ଭବନ ଦ୍ଵାରା ଜାରି ନୋଟିସ୍ ଅନୁଯାୟୀ, ବିନୟ କୁମାର ସକ୍ସେନା ଦିଲ୍ଲୀର ଉପ ରାଜ୍ୟପାଳ ଭାବେ ପଦଭାର ଗ୍ରହଣ ଦିନ ହିଁ ଶପଥ ନେବେ। ବିନୟ କୁମାର ସକ୍ସେନା ସଂପ୍ରତି ଖଦି ଏବଂ ଗ୍ରାମ୍ୟଦ୍ୟୋଗ ଅୟୋଗର ଅଧ୍ୟକ୍ଷ ଅଛନ୍ତି।

ସୂଚନାଯୋଗ୍ୟ, ମେ ୧୮ରେ ଅଚାନକ ଅନିଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ୨୦୧୬ ଡିସେମ୍ବରରେ ଦିଲ୍ଲୀର ଉପ ରାଜ୍ୟପାଳ ପଦରେ ନିଯୁକ୍ତ କରାଯାଇଥିଲା। ପ୍ରଶାସନିକ କାର୍ଯ୍ୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ତାଙ୍କ ଭିତରେ ସର୍ବଦା ବାଦ ବିବାଦ ଲାଗି ରହିଥିଲା।

୨୦୨୧ ଡିସେମ୍ବର ୩୦ରେ ବୈଜଲଙ୍କ କାର୍ଯ୍ୟକାଳ ପୂରି ସାରିଥିଲା। ମାତ୍ର ପରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ଉପ-ରାଜ୍ୟପାଳ ରହିଥିଲେ। ବୈଜଲ ୧୯୬୯ ବ୍ୟାଚର ଆଇଏଏସ ଅଫିସର। ସେ ଦିଲ୍ଲୀର ୨୧ତମ ଉପ ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିଲେ।

Leave A Reply

Your email address will not be published.