mobile header

ଗଂଜେଇ,ମଟର ସାଇକେଲ ଓ ବନ୍ଧୁକ ଜବତ, ଜଣେ ଗିରଫ


ମାଲକାନଗିରି,୨୬/୫ ଗଂଜେଇ ଚାଲାଣ ରୋକିବା ପାଇଁ ମାଲକାନଗିରି ଜିଲ୍ଲା ପୁଲିସ ତରଫରୁ ଜୋରଦାର ଚଢାଉ ଜାରି ରହିଛି।ବିଭିନ୍ନ ପୁଲିସ ଥାନା ପକ୍ଷରୁ ଦିନରାତି ଚଢାଉ କରାଯାଇ ଗଂଜେଇ ମାଫିଙ୍କ ନିଦ ହଜାଇ ଦିଆଯାଉଛି।ଏହି କ୍ରମରେ ଜିଲ୍ଲାର ମୁଦୁଲିପଡା ଥାନାର ପୁଲିସ ଟିମ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ପୂଜାରିଗୁଡା ନିକଟସ୍ଥ ଜଂଗଲରେ ପାଖେ କେହି ଜଣେ ଲୋକ ଠିଆ ହୋଇଛି ଏବଂ ତା ନିକଟରେ କିଛି ଜରି ବ୍ୟାଗ ରହିଛି।ତୁରନ୍ତ ପୁଲିସ ସେଠାକୁ ଯାଇ ବ୍ୟକ୍ତିଙ୍କୁ ଧରିବା ସହ ଜରି ବ୍ୟାଗଗୁଡିକକୁ ତଦନ୍ତ କରିବା ପରେ ସେଥିରେ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲା।ତୁରନ୍ତ ପୁଲିସ ସେହି ବ୍ୟକ୍ତିକୁ ଗିରଫ କରିବା ସହ ଗଂଜେଇକୁ ଜବତ କରିଥିଲା।ଗଂଜେଇ ସହ ଗୋଟିଏ ମଟର ସାଇକେଲ ଏବଂ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଥିବା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।ଗିରଫ ହୋଇଥିବା ବ୍ୟକ୍ତି ଜଣକ ଜମ୍ବାରିଗୁଡା ଗ୍ରାମର ଝମାରି ଖିଲ।ଏହି ଗଂଜେଇ ଜମ୍ବାରିଗୁଡା ଗ୍ରାମରୁ ମାଛକୁଣ୍ଡକୁ ଚାଲାଣ କରାଯାଇଥାନ୍ତା ପରେ ସେଠାରୁ ବାହାର ଜିଲ୍ଲା କିମ୍ବା ରାଜ୍ୟକୁ ଚାଲାଣ କରାଯାଇଥାନ୍ତା ବୋଲି ପୁଲିସ କହିଛି।ତେବେ ଝମାରି ଖିଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ଦ୍ବିବେଦୀ କହିଛନ୍ତି।ତେବେ ବିଶେଷକରି ଚିତ୍ରକୋଣ୍ଡାରୁ ଗଂଜେଇ ସାରା ରାଜ୍ୟକୁ ଚାଲାଣ କରାଯାଉଥିବା ସହ ପଡୋଶୀ ରାଜ୍ୟକୁ ମଧ୍ୟ ଚାଲାଣ କରାଯାଉଛି।ତେଣୁ ଚିତ୍ରକୋଣ୍ଡା ଏସଡିପିଓଙ୍କ ଉପରେ ଏନେଇ ଚାପ ବଢିବାରେ ଲାଗିଛି।ଲଗାତାର ସେ ଗଂଜେଇ ଚାଲାଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ଆଗକୁ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି କୁହାଯାଇଛି।

Leave A Reply

Your email address will not be published.