mobile header

ସମ୍ମାନର ସହ ବଞ୍ଚିବେ ଯୌନ କର୍ମୀ : ଫଟୋ, ଭିଡ଼ିଓ ଦେଖାଇପାରିବେନି ଗଣମାଧ୍ୟମ

ସମ୍ମାନର ସହ ବଞ୍ଚିବେ ଯୌନ କର୍ମୀ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କଲେ ସୁପ୍ରିମକୋର୍ଟ । ନିଜ ଇଛାରେ କାମ କରୁଥିବା ଯୌନ କର୍ମୀଙ୍କ ଉପରେ ପୋଲିସ ଚଢଉ କରିପାରିବେନି । ଫଟୋ, ଭିଡ଼ିଓ, ଗଣମାଧ୍ୟମ ଦେଖାଇପାରିବେନି ।

– ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ମାନର ସହ ବଞ୍ଚିବେ ଯୌନ କର୍ମୀ
– କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜାରି କଲେ ନିର୍ଦ୍ଦେଶନାମା
– ନିଜ ଇଚ୍ଛାରେ କାମ କରୁଥିବା ଯୌନ କର୍ମୀଙ୍କ ଉପରେ ଚଢଉ କରିପାରିବନି ପୋଲିସ
– ଯୌନ କର୍ମୀଙ୍କ ଉପରେ ପୋଲିସ ଚଢଉ କରିବାର ଫଟୋ, ଭିଡିଓ ଦେଖାଇ ପାରିବେନି ଗଣମାଧ୍ୟମ
– ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ କଟକଣା ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
– ସ୍ଥାୟୀ ଠିକଣା ପାଇଁ ଆଧାର କାର୍ଡରୁ ବଞ୍ଚିତ ହେଉଥିବା ଯୌନ କର୍ମୀଙ୍କୁ ତୁରନ୍ତ ଆଧାର କାର୍ଡ ଦିଆଯିବ
– ଯୌନ କର୍ମୀଙ୍କ ଅଧିକାରର ସୁରକ୍ଷା ପାଇଁ ୨୦୧୧ରେ ସୁପ୍ରିମକୋର୍ଟ ଗଠନ କରିଥିଲେ ପ୍ୟାନେଲ
– ଏଥିପାଇଁ ଟର୍ମ ଅଫ ରେଫରେନ୍ସ ମଧ୍ୟ କାର୍ଯ୍ୟକାରୀ କରିଥିଲେ ସୁପ୍ରିମକୋର୍ଟ
– ୨୦୧୬ରେ ପ୍ୟାନେଲ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ କୋର୍ଟରେ ଦାଖଲ ହୋଇଥିଲା
– ପ୍ୟାନେଲ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିଥିଲେ କେନ୍ଦ୍ର ସରକାର
– ପ୍ରାପ୍ତ ବୟସ୍କ ନିଜ ଇଚ୍ଛାରେ ଦେହ ବ୍ୟବସାୟ କରୁଥିଲେ ଫୌଜଦାରୀ ମାମଲା କରିପାରିବନି ପୋଲିସ
– ପୋଲିସ ପାଖକୁ ଅଭିଯୋଗ ନେଇ ଯୌନ କର୍ମୀ ଗଲେ ଗୁରୁତର ସହ ଗ୍ରହଣ କରିବ
– ଯୌନ କର୍ମୀଙ୍କୁ ଜାତୀୟ, ରାଜ୍ୟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚେତନ କରିବ
– ଯୌନ କର୍ମୀଙ୍କ ପିଲାଙ୍କୁ କୌଣସି ପରିସ୍ଥିତିରେ ତାଙ୍କଠାରୁ ଅଲଗା କରାଯାଇ ପାରିବନି

Leave A Reply

Your email address will not be published.