ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତରେ ବିଜେପିର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଜେପିର ସାଧାରଣ ସମ୍ପାଦକ ତଥା ବଡ଼ଚଣାର ବିଧାୟକ ପାର୍ଥି ଅମର ନାୟକ (ବାପୁ ଭାଇ )ଯୋଗ ଦେଇଥିଲେ l ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ନୂଆକରି ହୋଇଥିବା ସରପଞ୍ଚଙ୍କ ପ୍ରତିନିଧି ରବୀନ୍ଦ୍ର ରାଉତ, ସମିତି ସଭ୍ୟ ଗଗନ ବିହାରୀ ଦାଶ, ପଞ୍ଚାୟତର ବାରଗୋଟି ୱାର୍ଡର ୱାର୍ଡ ମେମ୍ବର ଏବଂ ପ୍ରତି ୱାର୍ଡରୁ ବରିଷ୍ଟ ବିଜେପି କର୍ମୀ ମାନେ ବୈଠକରେ ଉପସ୍ଥିତ ରହିବା ସହିତ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକ ପାତ ହୋଇଥିଲା l ଏହି ବୈଠକରେ ବାରଗୋଟି ୱାର୍ଡର ସମସ୍ୟା ସହିତ ଲୋକମାନଙ୍କ ସମସ୍ୟା ଉପରେ ଆଲୋଚନ କରାଯାଇଥିଲା l ପଞ୍ଚାୟତର ବିଭିନ୍ନ କାମ ସହିତ ଗରିବ ଲୋକମାନେ କିପରି ସବୁ ଯୋଜନା ଆସୁଥିବା ତଥା ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭର୍ତ୍ତା, ବିଧବା ଭତା, ଜବ କାର୍ଡ ଇତ୍ୟାଦି ପାଇ ପାରିବେ ସେଥିପ୍ରତି ନେତାଙ୍କ ପାଖରେ ଦୃଢ଼ ଭାବେ କୁହା ଯାଇଥିଲା l ମୁଖ୍ୟ ଅତିଥି ଅମର ନାୟକ ତାଙ୍କ ମନ୍ତ୍ୟବରେ ମଧ୍ୟ ଏହି କାମଗୁଡିକୁ ଅତି ଗଭୀର ସହିତ ନେଇ କହିଥିଲେ ସେ ସବୁବେଳେ ପାଇଁ ଲୋକଙ୍କ ପାଖରେ ଅଛନ୍ତି ଆଉ ଶେଷ ପର୍ଯ୍ୟନ୍ତ ରହିବେ ବୋଲି l କୌଣସି କାମ କିଛି ଅଟକିବ ନାହିଁ କି ଯୋଗ୍ୟ ହିତାଧିକାରୀ କୌଣସି ଯୋଜନାରୁ ବଞ୍ଚିତ ହେବେ ନାହିଁ l ଶାସନ କରୁଥିଲେବି ବିଜେଡି ଏଥିରେ ଆମକୁ କେହି ରୋକିପାରିବେ ନାହିଁ l ଆହୁରି ମଧ୍ୟ କହିଥିଲେ ଆମେ ଦୃନୀତିକୁ କେବେ ପ୍ରଶୟ ଦେବନାହିଁ l ଯେଉଁଠି ଦୃନୀତି ହେଉଛି ସେଠି ଆମେ ରୋକିବା l ଏମିତିକି ଦରକାର ପଡିଲେ ଦୃନୀତି ବିରୋଧରେ ହେଉ ବା ଲୋକଙ୍କ ସମସ୍ୟାକୁ ନେଇ ଆମେ ରାଜରାସ୍ତାକୁ ବି ଉଲ୍ଲାହିବାକୁ ବି ପଛଘୁଞ୍ଚା ଦେବୁ ନାହିଁ l ଯେତେ କାମ ଆସୁ କିମ୍ବା ଲୋକଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ଏଥିରେ କେହି ରୋକିପାରିବେନି ନା ସେ ଶାସନ କରୁଥିବା ବିଜେଡିର ନେତା ହୁଅନ୍ତୁ କି ସେ ବ୍ଲକରେ ହୁଅନ୍ତୁ ମୁଁ ସବୁବେଳେ ସବୁ ସମୟରେ ଥିଲି, ଅଛି ଏବଂ ରହିବି ମଧ୍ୟ l ଏହି ବୈଠକରେ ସଭାପତି ଜଗନ୍ନାଥ ପରିଡା ତାଙ୍କର ପଞ୍ଚାୟତର ଉନୟନ ମୂଳକ କାର୍ଯ୍ୟ କହିଥିବା ବେଳେ ନୂତନ ସରପଞ୍ଚ ପାର୍ଥିନିଙ୍କ ପ୍ରତିନିଧି ରବୀନ୍ଦ୍ର ରାଉତ ତାଙ୍କ ମନ୍ତ୍ୟବରେ ଆମେ କେମିତି ଆଗାମୀ ପାଞ୍ଚ ବର୍ଷ ପାଇଁ ଏକ ପରିବାର ହୋଇ ରହି ଲୋକ ମାନଙ୍କ ସମସ୍ୟା ସହ ଯୋଗ୍ୟ ଲୋକ ପାଇବାକୁ ଥିବା ହକ କେମିତି ପାଇବା ସହ କୁନ୍ଦଳ ପଞ୍ଚାୟତକୁ ଦୃନୀତି ମୁକ୍ତ କରି ଏକ ଆଦର୍ଶ ପଞ୍ଚାୟତ ତୋଳିବା ସେ ବିଷୟରେ ସେ ଦୃଢ ପ୍ରତିଶୃତି ଦେଇଥିଲେ l ଏହି ବୈଠକରେ ବାରଟି ୱାର୍ଡରୁ ଆସିଥିଲା ସମସ୍ତ ବିଜେପି କର୍ମୀ ମାନଙ୍କୁ ମୁଖ୍ୟ ଅଥିତି ଧନ୍ୟବାଦ ଦେବା ସହ ସମସ୍ତଙ୍କ ଶୁଭକାମନା କରିଥିଲେ l
