mobile header

5T ସ୍କୁଲର ବାସ୍ତଵ ଚିତ୍ର । ନିମ୍ନ ମାନର କାମ ସହ ଶିଶୁ ଶ୍ରମିକ ନିୟୋଜିତ. ଉଦଘାଟନ ପୂର୍ବରୁ ଭୁସୁଡ଼ିଲl ପାଚେରୀ,ତଦନ୍ତ ଦାବି

ମାଲକାନଗିରି

ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ସରକାର ପୁଳାପୁଳା ଯୋଜନା କରୁଛନ୍ତି। ‘୫-ଟି’ରେ ବିଦ୍ୟାଳୟଗୁଡ଼ିକୁ ସ୍ମାର୍ଟ କରାଯାଉଛି।ଏପରି ସ୍ଥଳେ ମାଲକାନଗିରି ଅଁଳପଦରସ୍କୁଲ ର ଭବିଷ୍ୟତକୁନେଇ ସନ୍ଦିହାନ ସୃଷ୍ଟି ହୋଇଛି
:–ମାଲକାନଗିରି ଜିଲ୍ଲାରେ ବହୁ ସ୍କୁଲ 5t ଅଧିନ କୁ ଆସିବାପରେ ସ୍କୁଲର ରୂପରେଖ ବଦଳିବା ସହିତ ପିଲାଙ୍କୁ ସରକାରୀ ସ୍କୁଲକୁ ଆକୃଷ୍ଟ କରିବା ଓ ପ୍ରାଇଭେଟ ସ୍କୁଲ ସହିତ ପ୍ରତିଯୋଗିତା କରି ଅତ୍ୟାଧୁନିକ ପରିବେଶ ଉଚ୍ଚମାନର ଶିକ୍ଷା ପାଇଁ ସରକାର ପ୍ରସ୍ତୁତି ଚଳାଇ ଥିବାବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଅଁଳାପଦର 5t ସ୍କୁଲରେ । ଚଳିତ ମାସ ୩୧ତାରିଖରେ ଉଦଘାଟିତ ହେବାକୁ ଥିବା ଅଁଳାପଦର ସ୍କୁଲର ପାଚେରୀ ଅସରାଏ ବର୍ଷା ଭୁଶୁଡି ପଡିଛି । 5T ସ୍କୁଲ ଗୁଡିକ ନିର୍ମାଣ ଉପରେ ଲାଗିଲା ପ୍ରଶ୍ନବାଚୀ ? ସ୍କୁଲ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେବା ସହ ନିର୍ମାଣ କାର୍ଯ୍ୟ ରେ ଶିଶୁଶ୍ରମିକ ନିୟୋଜିତ ହେଉଛନ୍ତି । ଏ ବାବଦରେ ସରକାରୀ ଅଧିକାରୀ ଜାଣି ନଜାଣିଲା ପରି ଅଭିନୟ କରୁଥିବା ରୁ 5T କାର୍ଯ୍ୟରେ ସ୍ୱଚ୍ଛତାକୁ କୁ ନେଇ ସାଧାରଣ ଆଲୋଚନା ହେଉଛି । ଗତକାଲି ଓ ଆଜି ସରକାରୀ ଛୁଟି ଥିବାରୁ ବିଭାଗୀୟ ଅଧିକାରୀ ମାନେ ମତାମତ ଦେବାକୁ ମନାକରି ଦେଇଛନ୍ତି ।ଏହି ସ୍କୁଲ ର କାର୍ଯ୍ୟ କୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.