mobile header

ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶିକ୍ଷିତ ପିଅନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

।୩୧-୦୫-୨୦୨୨

ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ଆଜି ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଶିକ୍ଷିତ ପିଅନ ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ କୁମାର ଜେନାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ତାଙ୍କର ଶେଷ କାର୍ଯ୍ୟ ଦିବସରେ ଜିଲ୍ଲା କାର୍ଯ୍ୟାଳୟରେ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି। ଶ୍ରୀ ଜେନା ଜିଲ୍ଲାର ଯଶିପୁର ଠାରେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିବା ବେଳେ ଦିର୍ଘ ଦିନ ଧରି ବାରିପଦା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟକୁ ଡେପୁଟେସନ ରେ ଆସିଥିଲେ। ସେଠାରେ ନିଜର କାର୍ଯ୍ୟକାଳ ବେଶ ସଚୋଟତାର ସହ ଶେଷ କରିଛନ୍ତି। ସେ ଜଣେ ମିଷ୍ଟଭାଷୀ ତଥା ମେଳାପୀ କର୍ମଚାରୀ ଥିଲେ। ପ୍ରିୟ ଜେନା ଭାଇ ଭାବେ ସମସ୍ତଙ୍କ ଠାରେ ବେଶ ଜଣାଶୁଣା। ଆଜି ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ ଜ୍ଞାପନ କରିବା ସମୟରେ ଉପସ୍ଥିତ ସମସ୍ତେ ଭାବ ବିହ୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ମହାନ୍ତିଙ୍କ ସମେତ ସାଗର ସିଂ, ଶ୍ରୀକାନ୍ତ ବେହେରା, ରବି ନାଏକ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଶ୍ରୀ ଜେନାଙ୍କ ଅବସର ପରେ ସମସ୍ତେ ତାଙ୍କର ଦିର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। ଏ ଅବସର ରେ ଶ୍ରୀ ଜେନାଙ୍କୁ ଅବସର କାଳୀନ ପେନସନ ମଞ୍ଜୁରୀ ପତ୍ର ଜିଲ୍ଲା ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ପ୍ରଦାନ କରା ଯାଇଥିଲା।

Leave A Reply

Your email address will not be published.