mobile header

ସୋମବାରଠୁ ସମ୍‌ରେ ଆରମ୍ଭ ହେବ କୋଭାକ୍ସିନ୍‌ ଟିକାକରଣ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆସନ୍ତା ୬ରୁ ପୁଣି ଥରେ କୋଭାକ୍ସିନ୍ ଟୀକାକରଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯିବ । ସବୁ ବୟସର ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
ହସ୍ପିଟାଲ୍‌ରେ କୋଭିସିଲ୍ଡ ଟିକାକରଣ ଜାରି ରହିଥିବାବେଳେ କୋଭାକ୍ସିନ୍ ଟିକାକରଣ ସାମୟିକ ଭାବେ ବନ୍ଦଥିଲା । ସୋମବାର ଠାରୁ ଏହି ଟିକାକରଣ ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରାଯିବ । ତେବେ ରବିବାର ଟିକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଟିକାକରଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସରକାରଙ୍କ ନିର୍ଦ୍ଧାରିତ ନିୟମାନୁଯାୟୀ ଟିକାକରଣରେ ପ୍ରତି ଡୋଜ୍ ପିଛା ୩୮୬ ଟଙ୍କା ରଖାଯାଇଛି । ଯେଉଁ ମାନେ ଏହି ଟିକା ଗ୍ରହଣ କରିନାହାନ୍ତି ସେମାନେ ନିଜର ପ୍ରଥମ, ଦ୍ୱିତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ସମ୍ ହସ୍ପିଟାଲ୍‌ର ଟିକାକେନ୍ଦ୍ରରେ ନେଇପାରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.