ବିଶ୍ଵ ପରିବେଶ ଦିବସରେ ନିମ୍ବ ଚାରା ରୋପଣ

ବାରିପଦା ସହରର ୱାର୍ଡ ନଂ 1, ଟାଙ୍କିସାହି ସ୍ଥିତ ଯମୁନାଦେଇପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ଆନୁକୂଲ୍ୟରେ ନିମ ପରିବାରର ସଦସ୍ୟମାନଙ୍କ ଦ୍ୱାରା ନିମ୍ୱ ଚାରା ରୋପଣ କରାଯାଇଛି I ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଉପ ନଗରପାଳ ଦୁର୍ଗାମଣୀ ଆଚାର୍ଯ୍ୟ, ସମାଜସେବୀ ଅମର ସେଠି, ୱାର୍ଡର ବସ୍ତି ଉନ୍ନୟନ ପରିଷଦର ସଦସ୍ୟ ସୁନୀଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ନିମ୍ବ ଚାରା ରୋପଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାର ଅଧ୍ୟକ୍ଷ ବିମ୍ବାଧର ସାହୁ, ସଦସ୍ୟ ସୋମନାଥ ସିଂହ, ଅଜିତ କୁମାର କବାଟ, ବିଜୟଲଷ୍ମୀ, ମମତାଜ, ତପନ ପାତ୍ର, ମଧୁଛନ୍ଦା ପାଲ ଓ ସ୍ଥାନୀୟ ବାସିନ୍ଦା ଶିବ ପ୍ରସାଦ ମାଝୀ, ମାନସ ଷଢଙ୍ଗୀ ଏବଂ ଛାତ୍ର ଶିବ ନାଏକ ଉପସ୍ଥିତ ଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ପରବର୍ତ୍ତୀ ସମୟରେ ବାରିପଦା ସହରର ସମସ୍ତ ୱାର୍ଡରେ ନିମ୍ବ ଚାରା ରୋପଣ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.