mobile header

ରାଜସ୍ଵ ବିଭାଗର ନାକ ତଳେ ଜମି ଜାଲିଆତିର ଦୁର୍ଗନ୍ଧ

ପଡିଆ,: ମାଲକାନଗିରି ଜିଲ୍ଲା ମୋଟୁ ତହସିଲ୍ ଅନ୍ତର୍ଗତ ପଡିଆ ବ୍ଳକର ବିଭିନ୍ନ ସ୍ଥାନରେ ଜମି ହେରଫେର ହୋଇଥିବା ହୋଇଥିବାରୁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଛି। ପଡିଆ ବ୍ଲକ ସଦର ମହକୁମା ଠାରୁ ମାତ୍ର ଗୋଟିଏ କିମି ଦୂରରେ ରହିଥିବା ଶାନ୍ତି ନଗରରେ ଗତ ୭ ବର୍ଷ ଧରି ୬ ଟି ପରିବାର ଘରଡିହ ପଟ୍ଟା ପାଇ ବସବାସ କରୁଥିବା ବେଳେ ବର୍ତ୍ତମାନ ସେହି ସ୍ଥାନର ପଟ୍ଟା ଅନ୍ୟଜଣେ ଲୋକଙ୍କ ନାମରେ ରହିଥିବା ଜଣାପଡିବାରୁ ଏଥିରେ ଚଞ୍ଚକତା ହୋଇଥିବା ନେଇ ସ୍ଥାନୀୟ ଲୋକ ସନ୍ଦେହ ପ୍ରକଟ କରିଛନ୍ତି। ସରକାରଙ୍କ ପକ୍ଷ୍ୟରୁ ଘରଡିହ ଯୋଗାଇବା ସହ ସ୍ଥାନ ଚିହ୍ନଟ ପରେ ସେହି ସ୍ଥାନ ଅନ୍ୟ ଜଣଙ୍କ ନାମରେ ପଟ୍ଟା ହୋଇଥିବା ଘଟଣାକୁ ସ୍ଥାନୀୟ ଲୋକ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ଏ ନେଇ ସ୍ଥାନୀୟ ଲୋକ ରାଜସ୍ୱ ଅଧିକାରୀ, ତହସିଲଦାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଏହାର ସ୍ଥାୟୀ ପ୍ରତିକାର ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି। ସେହିପରି ପଡିଆ ହରିଜନ ସାହି ରେ ଥିବା ଏକ ବେସରକାରୀ ସଂସ୍ଥା ନାମରେ ହୋଇଥିବା ପଟ୍ଟାରୁ ୭ ସେଣ୍ଟ ଜାଗା ଉକ୍ତ ସଂସ୍ଥାର ବିନା ଅନୁମତିରେ ଅନ୍ୟ ଜଣେ ଲୋକଙ୍କ ନାମରେ ପଟ୍ଟା ହୋଇଥିବା ନେଇ ଉକ୍ତ ସଂସ୍ଥାର ଜଣେ ସଦସ୍ୟ ମୋଟୁ ତହସିଲଦାର ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେହିଭଳି ୧୯୬୧ ମସିହା ପରେ ପଡିଆ ମାଇନର ଇରିଗେସନ ପୋଖରୀ ଓ ଏହାର ନିକଟବର୍ତ୍ତୀ ଜମି ଗୁଡିକ ଜଳମଗ୍ନ ହେବାରୁ ସରକାରଙ୍କ ପକ୍ଷ୍ୟରୁ ପୀଡିତ ଙ୍କୁ କ୍ଷତିପୂରଣ ଦେଇ ସମସ୍ତ ଜମି କୁ ସରକାରୀ ଦସ୍ତାବିଜ କୁ ନେବାର ଥିଲା । ତେବେ ସ୍ଥାନୀୟ ଲୋକଙ୍କୁ କ୍ଷତି ପୂରଣ ଦିଆଯାଇଥିଲେ ସୁଦ୍ଧା ଏମ଼ଆଇପି ଓ ରାଜସ୍ୱ ବିଭାଗର ଢ଼ିଲା ପଣ ଯୋଗୁଁ ବିପଦ ସଙ୍କୁଳିତ ଏହି ଜମି ଗୁଡ଼ିକୁ ଜଣେ ସ୍ଥାନୀୟ ଲୋକେ ଅକ୍ତିଆର କରି ମାଛ ବ୍ୟବସାୟ କରୁଥିବା ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ବ୍ୟକ୍ତି କହିଛନ୍ତି । ଏ ବାବଦରେ ସମ୍ପୃକ୍ତ କର୍ମଚାରୀ କୁ ପଚରା ଯିବାରୁ ସେ ସେଭଳି କୌଣଷି ଦୁର୍ନୀତି ରେ ଜଡିତ ହୋଇ ନଥିବା କହିଛନ୍ତି। ସେହିପରି ଏ ବାବଦରେ ମୋଟୁ ଅତିରିକ୍ତ ତହସିଲଦାର ଙ୍କୁ ପଚାରିବାରୁ ସେ ଘଟଣା ସମସ୍ତ ବାବଦରେ ଜାଣି ନଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ମୋଟୁ ତହସିଲ୍ ଅନ୍ତର୍ଗତ ପଡିଆ ବ୍ଳକର ବିଭିନ୍ନ ସ୍ଥାନରେ ଏଭଳି ଜମି ହେରଫେର ର ଚିତ୍ର ରହିଥିବା ବେଳେ ଏହାର ଉଚିତ ତଦନ୍ତ କଲେ ଏକ ବଡ ଧରଣର ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି।
B srinivas Rao
Podia

Leave A Reply

Your email address will not be published.