mobile header

ରାଜଧାନୀରେ ଡେଙ୍ଗୁ ନେଲା ଜୀବନ : ପ୍ରାଣ ହରାଇଲେ ନିଳାଦ୍ରୀବିହାର ଅଞ୍ଚଳର ଅବସରପ୍ରାପ୍ତ ପୁଲିସ ଅଧିକାରୀ

ରାଜଧାନୀରେ ବଢିଲାଣି ଡେଙ୍ଗୁ । ଗତକାଲି ରାଜଧାନୀରେ ଡେଙ୍ଗୁ ନେଇଛି ଜୀବନ । ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୁଦର୍ଶନ ସେଠୀ । ଗତ ୨ ତାରିଖରେ ସେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ଡେଙ୍ଗୁରେ ଜଣେ ବରିଷ୍ଠ ଅଧିକାରୀ ପ୍ରାଣ ହରାଇବା ଚିନ୍ତାର କାରଣ ପାଲଟିଛି ।ବିଶେଷକରି ଡମଣା ଓ ଶ୍ରୀବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ପ୍ରତିଦିନ ଘରୋଇ ହସପିଟାଲରେ ଏଭଳି ୪ରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମସି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ମଶାତେଲ ପକାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଶ୍ରୀବିହାର ଅଞ୍ଚଳରେ କିଛି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜଧାନୀରେ ଡେଙ୍ଗୁ ଗତବର୍ଷ ବି ଉଗ୍ରରୂପ ନେଇଥିଲା ।

Leave A Reply

Your email address will not be published.