mobile header

ରଜରେ ମୁକ୍ତିଲାଭ ହେବ କଣ୍ଠଶିଳ୍ପୀ ଅସୀତ ନନ୍ଦଙ୍କ ଆଧୁନିକ ଆଲବମ

ଫୁଲବାଣୀ, 12/6(ସୁନୀଲ ପଟନାୟକ ),-ଫୁଲବାଣୀ ର ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ଭଜନ ଗାୟକ ଅସୀତ କୁମାର ନନ୍ଦଙ୍କ ସଙ୍ଗୀତ ସମଗ୍ର କନ୍ଧମାଳରେ ଏବଂ ରାଜ୍ୟ ରେ ପ୍ରସିଦ୍ଧି ଲାଭ କରିଛି।ସେ ଅନେକ ଆଲବମରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି। ଏହି ସବୁ ସଙ୍ଗୀତ ମଧ୍ୟ ବେଶ୍ ପ୍ରସିଦ୍ଧ ଲାଭ କରିଛି।ତାଙ୍କର ଆଉ ଏକ ଓଡିଆ ଆଧୁନିକ ଆଲବମ ରଜରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଆଲବମ ଟିର ନାଁ ‘ଅଧା ଅଧା ଭାରି ଭଲ ଲାଗେ’ ।ଗୀତ ଟିକୁ ଫୁଲବାଣୀ ର ଯୁବ ଗୀତିକାର ଗୋପୀନାଥ ରାଉତ ଲେଖିବାବେଳେ ସଂଗୀତରେ ସଜେଇଛନ୍ତି ଅଗଧାଡ଼ିର ସଙ୍ଗୀତ ନିର୍ଦେଷକ ରାଜେନ୍ଦ୍ର ବେହେରା । ସଙ୍ଗୀତ ପରିଚାଳନା ମାନସ କୁମାର ସିଂହ କରିଛନ୍ତି । ବାଲୁଙ୍କେଶ୍ୱର କଂହର ଙ୍କ ପ୍ରଯୋଜନା ରେ କୋଉତୁକି ପ୍ରଡ଼କ୍ସନ ଏ ଏହି ଗୀତରେ କଣ୍ଠଦାନ କରିଛନ୍ତି ଅସିତ୍ ନନ୍ଦ ଓ ସୋନାଲି ପଟନାୟକ । ଅସିତ୍ ନନ୍ଦଙ୍କ ଅନେକ ଗୀତ ଶ୍ରୋତା ଙ୍କୁ ଆକୃଷ୍ଟ କରିଛିl
ଏଣୁ ରଜରେ ଏ ରୋମାଣ୍ଟିକ ଗିତ ସ୍ରୋତIଙ୍କ ମତୁଆଲା କରିବ ବୋଲି ଅସିତ୍ ଆଶା ରଖିଛନ୍ତିI

Leave A Reply

Your email address will not be published.