
କାଲିମେଳା: ତା ୧୬/୬ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଥାନା ଅଧିନ ଭେଙ୍କଟାପାଲ୍ଲମ ପଞ୍ଚାୟତ ଅନ୍ତର୍ଗତ ଏମପିଭି 29 ଗ୍ରାମର, ଜଗନ୍ନାଥ ସର୍ଦାରଙ୍କ ୩ ବର୍ଷର ପୁତ ସନ୍ତାନ ଅଭୟ ସର୍ଦାରଙ୍କ ପୋଖୋରିରେ ବୁଡି ମୃତୁ ଘଟିଛି ।ଖବରରୁ ଜଣା ଯାଇଛି ଆଜି ମଧ୍ୟାହ୍ନ ସମୟରେ ପୁଅ ଅଭୟକୁ ମା ଖୁଆଇ ପିଆଇ ସାରି ନିଜ କାର୍ଯ୍ୟରେ ବେସ୍ତ ଥିବା ବେଳେ ପୁଅ ଅଭୟ ଘର ଦାଣ୍ଡରେ ଖେଳୁ ଖେଳୁ ଘର ଠାରୁ କିଛି ଦୂରରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲା ଏବଂ ସେହି ପୋଖରୀରେ ପଡି ଯାଇଥିଲା କିଛି ସମୟ ପରେ ମା ସରଳା ପୁଅକୁ ନ ଦେଖି ଖୋଜାଖୋଜି କରିଥିଲେ ନ ପାଇବାରୁ ପରିବାର ବର୍ଗ ସମସ୍ତେ ଖୋଜା ଖୋଜି କରିଥିଲେ ଶେଷରେ ପୋଖରୀରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସନ୍ତାନକୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣିଥିଲେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ l ସନ୍ତାନକୁ ହରାଇ ମା ବାପା ଏବଂ ପରିବାର ବର୍ଗ ସମସ୍ତେ ସମ୍ପୂର୍ଣ ଭାଙ୍ଗି ପଡିଥିଲା ବେଳେ ଆତ୍ମୀୟ ସୋଜନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ