mobile header

ରେଙ୍ଗାଲି ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା।ସ୍କୁଲ ବି ବାତ ପଡୁନି। ସ୍କୁଲ ପରିସରରେ ନିର୍ମାଣ ହେଉଛି କଲ୍ୟାଣ ମଣ୍ଡପ ଓ ସମର୍ଥକଙ୍କ ଘର। ଜଣକ ପଟ୍ଟାଜମିରେ ସ୍କୁଲ ନିର୍ମାଣ ଦାବୀରେ ସରପଞ୍ଚଙ୍କ ସମର୍ଥକ ସ୍କୁଲରେ ପକାଇଲେ ତାଲା।

   କଣ୍ଟାମାଳ, ୨୨/୬ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତ ତିଲେଇମାଲ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଥମୁନାହିଁ। ଯଦିଓ ସରପଞ୍ଚଙ୍କ ସମର୍ଥକ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉନାହିଁ,ତଥାପି ସରପଞ୍ଚଙ୍କ ପ୍ରରୋଚନାରେ ସମର୍ଥକ ଗୋଷ୍ଠୀ ବିପକ୍ଷ ଗୋଷ୍ଠୀଙ୍କୁ ଅସୁବିଧାରେ ପକାଇବେ ବ୍ଲୁ ପ୍ରିଣ୍ଟ ତିଆରି କରିବା ଆରମ୍ଭ କରିଛନ୍ତି। ଏପରିକି ନିଜର ସ୍ବାର୍ଥ ସାଧନ ପାଇଁ ସରପଞ୍ଚ ଗ୍ରାମର ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ସହିତ ଖେଳ ଖେଳିବାକୁ ପଛାଉ ନଥିବା ତିଲେଇମାଲ ଗ୍ରାମରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁସାରେ ପ୍ଲଟ ନମ୍ବର ୮୮୫ଟି ତିଲେଇମାଲ ସ୍କୁଲ ପାଇଁ ୪୨ ଡେସିମିଲ ପରିମିତ ଯାଗା ରହିଛି। ଚଳିତ ବର୍ଷ ସମସ୍ତ ସ୍କୁଲ ପଟ୍ଟା ପାଇଥିବା ବେଳେ ରାଜନିତିର ଚକ୍ରବ୍ୟୁହରେ ଏହି ସ୍କୁଲଟି ଫସି ପଟ୍ଟା ପାଇବାରୁ ବଞ୍ଚିତ ହୋଇଛି। ଏହି ଗ୍ରାମର ଅଧିକାଂଶ ରଣା ବସୁଧା ଯୋଜନାରେ ସରକାରଙ୍କ ଠାରୁ ୨୪ ଡେସିମିଲ ପରିମିତ ଯାଗା ପାଇଛନ୍ତି। ସେଥିରୁ ଗାଁର ମନ୍ଦିର ନିର୍ମାଣ ପାଇଁ ୮ ଡିସିମିଲ ଯାଗା ଦାନ କରିଛନ୍ତି। ବାକି ୧୬ ଡିସିମିଲ ଯାଗାକୁ ନିଜ ଅକ୍ତିଆରରେ ରଖିଛନ୍ତି। ସ୍ଥାନୀୟ ସରପଞ୍ଚ ଓ ସମର୍ଥକ ଅଧିକାଂଶଙ୍କୁ ଭୟଭିତ କରି ତଥା ଚାପ ପକାଇ ସେହି ସ୍ଥାନରେ ସ୍କୁଲ ଗ୍ରୁହ କୋଠା ନିର୍ମାଣ ପାଇଁ ମସୁଧା ଚଳାଇଛନ୍ତି। ଅପରପକ୍ଷରେ ସ୍କୁଲ ପରିସରରେ ସରପଞ୍ଚ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ସହିତ ତାଙ୍କର ଜଣେ ପ୍ରଭାବଶାଳୀ ସମର୍ଥକଙ୍କୁ ନିଜ ଖର୍ଚ୍ଚରେ ଘର ତିଆରି କରି ସେଠାରେ ତାକୁ ଅବସ୍ଥାପିତ କରି ନିଜର ରାଜନୈତିକ ଶକ୍ତି ବ୍ରୁଦ୍ଧି କରିବାକୁ ସରପଞ୍ଚ ଉଦ୍ୟମ କରି ବିଫଳ ହେଲାପରେ ସ୍ଥାନୀୟ ସ୍କୁଲରେ ତାଲା ପକାଇ ବନ୍ଦ କରିଥିବା ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ କଣ୍ଟାମାଳ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ଆସି ଗ୍ରାମବାସୀଙ୍କୁ ଏଥିରୁ ନିବ୍ରୁତ୍ତ ରହି ସ୍କୁଲର ତାଲା ଖୋଲିବାକୁ ଅନୁରୋଧ କରିଥିଲେ। ହେଲେ ସରପଞ୍ଚଙ୍କ ସମର୍ଥକମାନେ ତାଙ୍କ ଦାବୀରେ ଅଟଳ ରହି ସ୍କୁଲରୁ ତାଲା ଖୋଲି ନଥିଲେ। ଫଳରେ ଗ୍ରାମର କୋମଳମତୀ ଛାତ୍ରଛାତ୍ରୀ ଏବେ ହାତରେ ସ୍କୁଲ ବ୍ୟାଗ ଧରିବା ବଦଳରେ ବଂଶୀକଣ୍ଟା ଧରି ମାଛ ମାରିବାରେ ଲାଗି ପଡିଛନ୍ତି। ପଞ୍ଚାୟତବାସୀଙ୍କ ଆଶା ଭରଷାକୁ ଚରିତାର୍ଥ କରିବାକୁ ଭୋଟ ଦେଇ ସରପଞ୍ଚଙ୍କୁ ଜିତାଇଥିଲେ଼। ହେଲେ ନିର୍ବାଚିତ ହେଲାପରେ ଏତାଦ୍ରୁଷା କାର୍ଯ୍ୟକଳାପ ଯୋଗୁଁ ତାଙ୍କ ଆଶା ଭରଷା ତୁଟିଯାଉଛି ବୋଲି ତିଲେଇମାଲ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ନେବାରୁ ମୁଁ ଯାହା କରୁଛି କିଛି ଭୁଲ କରୁନାହିଁ ବୋଲି କହିଛନ୍ତି। 

Leave A Reply

Your email address will not be published.