
କାଲିମେଳା ତା ୨୩/୦୬ ଆଜି ମାଲକାନଗିରି ଜିଲ୍ଲାର ମାଲକାନଗିରି ନୀର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ଆଦିତ୍ୟ ମାଢୀ ଅପରାହ୍ନ ୪ ଟା ବେଳେ କାଲିମେଳା ବ୍ଲକ ଗସ୍ତ କରି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉମାଶଙ୍କର ଦଳେଇ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ଆଲୋଚନା କରି ଥିଲେ ତାପରେ ପ୍ରାୟ ଏକ ଘଣ୍ଟା ପରେ ତଥା ୫ ଟା ବେଳେ ସ୍ଥାନୀୟ କାଲିମେଳା ବ୍ଲକ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମନ୍ଦିର ର କିପରି ପାରିପାର୍ଶ୍ବିକ ଉନ୍ନତୀକରଣ କରାଯିବ ସେ ନେଇ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ। ତାପରେ କାଲିମେଳା ସଦରମହକୁମା ର ଜଗନ୍ନାଥ ମନ୍ଦିର ପରିସର ରେ ଥିବା ମା ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଠାରେ ଅନୁଷ୍ଠିତ ହୋଇଥିଲା ଭାରତୀୟ ଜନସଂଘ ର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ। ଏହି କାର୍ଯ୍ୟକ୍ରମ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନ ଚରିତ୍ର ସମ୍ପର୍କରେ ଉପସ୍ଥିତ ଭଦ୍ର ବ୍ୟକ୍ତି ଭାଷଣ ଦେଇଥିଲେ। ଓ ତାଙ୍କର ଜୀବନୀ ବିଷୟରେ ଆଲୋଚନା ହୋଇଥିଲା। ଏ ଅବସରରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ଆଦିତ୍ୟ ମାଢୀ ସମେତ , ମାଲକାନଗିରି ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିମାଇଁ ଚନ୍ଦ୍ର ପାଲ,ଜିଲ୍ଲା ଯୁବ ସଭାପତି ତଥା କାଳିମେଳା ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଭବାନୀ ଶଙ୍କର ମୁଖାର୍ଜୀ, ଜିଲ୍ଲା ଉପସଭାପତି ସପନ କୁମାର ରାୟ, କାଲିମେଳା ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରତ୍ନାକର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଶିକେଶନ ଦାଶ, ପୁର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ସମୀର ମିସ୍ତ୍ରୀ, ପ୍ରମିଳା ଦାସ, ଜୀବନକୃଷ୍ଣ ଦାସ, ମାଲାୱରମ ମଣ୍ଡଳ ଯୁବ ସଭାପତି ଶ୍ରୀଯୁକ୍ତ ରାଜ କିଶୋର ମଣ୍ଡଳ ଓ ଅନ୍ୟାନ୍ୟ ପ୍ରମୁଖ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଥିଲେ।