mobile header

ଚର୍ଚ୍ଚାରେ ମନ ମୁଣ୍ଡା ଏ ଆର୍ ଆଇ ଶରତ ବେହେରା ବାଲି ଚୋରା ଚାଲାଣ ରୋକିବାକୁ ନେଇଛନ୍ତି ବିହିତ ପଦକ୍ଷେପ।

 ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ତହସିଲ ମନମୁଣ୍ଡା  ତେଲନଦୀ ମାଉଲି ମନ୍ଦିର ନିକଟ ବାଲିଘାଟରୁ ବେଆଇନ ବାଲି ଉଠାଣ ହେଉଥିବା ଗତ ୩ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ଆଜି ସନ୍ଧ୍ଯା ୬ଟା ସମୟରେ ମନମୁଣ୍ଡା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ଶରତ ବେହେରା ଅଫିସ କର୍ମଚାରୀଙ୍କୁ ସାଙ୍ଗରେ ଧରି ଉକ୍ତ ବାଲିଘାଟରେ ଚଢାଉ କରିଥିଲେ। ଚଢାଉ ସମୟରେ ୩ ଗୋଟି ଟ୍ରାକ୍ଟରରେ ବାଲି ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା।ସେହି ସମୟରେ ଭାରପ୍ରାପ୍ତ ରାଜସ୍ବ ନୀରିକ୍ଷକ ଓ ସମସ୍ତ ଷ୍ଟାଫ୍ ପହଞ୍ଚି ବାଲି ଚୋରା ଚାଲାଣ କରୁଥିବା ତିନୋଟି ଟ୍ରାକ୍ଟର କୁ ଜବତ କରି ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିବା ସହ ବାଲି ଚୋରାଚାଲାଣ ନ କରିବାକୁ ସମସ୍ତ ଗାଡ଼ି ମାଲିକ ମାନଙ୍କୁ ତାଗିଦ୍ କରିଛନ୍ତି।ଫାଇନ ଆଦାୟ ହୋଇଥିବା ଗାଡ଼ି ଗୁଡ଼ିକ ହେଲା ପଞ୍ଚାନନ ମେହେରଙ୍କ ଓଡି୧୭ଏ ୧୯୬୮, ସଚ୍ଚିଦାନନ୍ଦ ବିଶିଙ୍କ ଓଡି୩୧କେ ୦୮୨୫, ବିବେକାନନ୍ଦ ସାହୁଙ୍କ ୩ଗୋଟି ଟ୍ରାକ୍ଟରରୁ ୫ ହଜାର ଲେଖାଏଁ ୧୫ହଜାର ଟଙ୍କା ଫାଇନ ଗତକାଲି ଆଦାୟ କରାଯାଇଥିବା ବେଳେ ଆଜି ପୁଣି ଚଢ଼ାଉ କରି ଦୁଇଟି ଟ୍ରାକ୍ଟର ଠାରୁ ଦଶ ହଜାର ଟଙ୍କା ଫାଇନ ଆଦାୟ କରିଥିବାର ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଛନ୍ତି ।ଆଜିର ଟ୍ରାକ୍ଟର ଦ୍ବୟ ଗଣେଶ ପାତ୍ର ଓ ବିନାୟକ ସାହୁ ଙ୍କ ବୋଲି ଜଣା ପଡିଛି।ଆଜି ପର୍ଯ୍ୟନ୍ତ ମନ୍ ମୁଣ୍ଡା ଅଞ୍ଚଳରେ ଟ୍ରାକ୍ଟର କୁ ବାଲି ଚୋରା ଚାଲାଣ କରିବାରେ ଧରୁ ନ ଥିବା ବେଳେ ଅସନ୍ତୋଷ ପ୍ରକାଶ ପାଉଥିଲା। ଏ ଆର୍ ଆଇ ଶରତ ବେହେରା ଙ୍କ ଏପରି ପଦକ୍ଷେପ କୁ ବୁଦ୍ଧି ଯିବି ମହଲରେ ସ୍ଵାଗତ ଯୋଗ୍ୟ ବୋଲି ଚର୍ଚ୍ଚା ହେଉଛି।ଆଗକୁ ଜୋର୍ ସୋର ଏହି ଧଡ ପଗଡ ଜାରି ରହିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.