ମାଲକାନଗିରି,୨୬/୬: ମାଲକାନଗିରି ସ୍ଥିତ କଲ୍ୟାଣ ମଣ଼୍ଡପ ଠାରେ ବିଜେଡିର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ରମେଶ ଚନ୍ଦ୍ର ମାଝି,ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା,ବିଧାୟକ ଚନ୍ଦ୍ର ସାରଥୀ ବେହେରା,ବରିଷ୍ଠ ସଂପାଦକ ପ୍ରଦୀପ ମାଝି,କୋରାପୁଟ ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ଟାଙ୍ଗୁଲ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକରେ ମାଲକାନଗିରି ଜିଲ୍ଲାର ୧୫ଟି ଜିଲ୍ଲା ପରିଷଦ ଜୋନର କର୍ମକର୍ତ୍ତା ଉପସ୍ଥିତ ଥିଲେ।ବୈଠକରେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କିପରି ଲୋକଙ୍କ ପାଖରେ କର୍ମୀ ପହଞ୍ଚିବେ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଏଥିସହ ସରକାରଙ୍କର ସମସ୍ତ ଯୋଜନା ଲୋକାଭିମୁଖୀ କରିବା ପାଇଁ କୁହାଯାଇଥିଲା।ଲୋକେ ଯେପରି ସରକାରଙ୍କର ସମସ୍ତ ଯୋଜନା ହାତେଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା।ସଂଗଠନକୁ ମଜବୁତ କରିବା ପାଇଁ ରାଜ୍ୟ ସାଂଗଠାନିକ ସଂପାଦକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲାର ନେତୃବୃନ୍ଦ ଯେପରି କର୍ମୀମାନଙ୍କୁ ନେଇ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ପହଞ୍ଚି ବିଜେଡିର ପ୍ରଚାର କରିବେ ସେନେଇ ବିଭିନ୍ନ ଉପାୟ କୁହାଯାଇଥିଲା।ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏକ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇସାରିଲାଣି।ସାଧାରଣ ନିର୍ବାଚନରେ ଏକତରଫା ବିଜୟ ହେବା ପାଇଁ ବିଜେଡି ପୁଣି ନିଜର ଗଡକୁ ମଜବୁତ କରିବାକୁ ଲାଗିଲାଣି ବୋଲି ଚର୍ଚ୍ଚା ହେଉଛି।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମାନସ ମାଡକାମୀ,ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା,ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି,ସାଂଗଠାନିକ ସଂପାଦକ ନୃସିଂହ ଚରଣ ମହାନ୍ତି,ଗୋପାଳ ପଣ୍ଡା,ପ୍ରଭାକର ପ୍ରଧାନ,ମୁକୁନ୍ଦ ସୋଡି,ମନୋଜ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.