mobile header

ଆଇଟିଇଆର୍‌ରେ ହାକାଥନ୍ “ହାକରୱାର ୩.କ୍ଟ” ଆୟୋଜିତ

ଭୁବନେଶ୍ୱର, ୨୭/୦୬: ଲଗାତାର ୨୪ ଘଂଟା ଧରି ବୈଷୟିକ ଜ୍ଞାନ କୌଶଳ ସମ୍ପର୍କିତ ବିଭିନ୍ନସମସ୍ୟାର ସମାଧାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ସୋଆ ପରିଚାଳିତଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର କମ୍ପ୍ୟୁଟର୍ ସାଇନ୍ସ ବିଭାଗର ଛାତ୍ରଛାତ୍ରୀ ଆଇଟିସହିତ ଜଡ଼ିତ ବିଭିନ୍ନ ସମସ୍ୟାର ସୂତ୍ର କାଢ଼ିଛନ୍ତି ।ଗତ ୨୫ ଓ ୨୬ ତାରିଖରେ ଆଇଟିଇଆର୍‌ରେ ଇଲ୍ୟୁମିନେଟ୍ (ହାକରୱାର ୩.କ୍ଟ) ହାକାଥନ୍‌କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ହାକାଥନ୍‌ରେ ନୂତନ ଜ୍ଞାନକୌଶଳକୁ ପାଥେୟ କରିଛାତ୍ରଛାତ୍ରୀମାନେ ସମସ୍ୟାର ସମାଧାନର ସୂତ୍ର ବାହାର କରିଥିଲେ । ପରୀକ୍ଷା ବଦଳରେ ଛାତ୍ରଛାତ୍ରୀଙ୍କୁ ଭିନ୍ନଧରଣର ପ୍ରତିଯୋଗିତା ମାଧ୍ୟମରେ ଆଇଟି ସମସ୍ୟା ଭିତିକ ସମାଧାନ କରିବା ପାଇଁ ଏଭଳି ନିଆରା ପ୍ରୟାସକରାଯାଇଥିଲା ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର କହିଥିଲେ ।କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଂଜିନିୟରିଂ ବିଭାଗ ଏବଂ କ୍ଲବ୍ କୋଡେକ୍ସର ମିଳିତ ସହଭାଗିତାରେ ଏହି୨ ଦିନିଆ ଟେକ୍ନିକାଲ୍ ଫେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଶତାଧିକଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଟେକ୍ନିକାଲ ଫେଷ୍ଟରେ ୪ଟି ଇଭେଂଟ ଯଥା ହାକରୱାର୍ ୩.କ୍ଟ(୨ ଘଂଟା ହାକାଥନ୍‌) ସମେତ କ୍ୟାପ୍‌ଚର୍ ଦ ଫ୍ଲାଗ୍‌, ସୁଇଚ୍ ଆଣ୍ଡ କଡ୍‌, ଚଗ୍ ଆଣ୍ଡ କଡ୍ ରହିଥିଲା ।ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅତିଥି ଭାବେ କମ୍ପ୍ୟୁଟର ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସରମିଶ୍ରଙ୍କ ସମେତ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ବିଭାଗର ମୁଖ୍ୟ ପ୍ରଫେସରସୁଜିତ୍ ଦାସ , ଆଡିସ୍‌ନାଲ୍ ଡିନ୍ (ଏକାଡେମୀକ୍‌) ପ୍ରଫେସର ଡି. ଏନ୍‌. ଥାଟୋଇଙ୍କ ସମେତ ବିଭାଗୀୟପ୍ରଫେସରମାନେ ଉପସ୍ଥିତ ଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.