mobile header

ସୋନେଟ୍-୫

ହେ ପ୍ରିୟ!

ପରିଣତ ହେଲାଣି ବୟସ
ଅଂଗସବୁ ପଡିଲେଣି ଥକି
ଏକା ଏକା ଯୁଟୁନି ସାହାସ
ଆଉ କିଛି ବାଟ ଅଛି ବାକି ।।

ତୋ’ର ନାହିଁ ମୋ’ ଠାରେ ସରଧା
ନିଜ ହାତେ ଛିଡାଇଛୁ ଡୋରି
କଟକଣା ସଂସାର ର ବାଧା
ଶିଥିଳତା ପକାଇଛି ଘେରି ।।

ବଡଦାଣ୍ଡେ ଭକତ ମେଳରେ
ତୁ ସିଞ୍ଚିବୁ କରୁଣା ର ବାରି
ଏକା ଥିବି ମୁଁ , ମୋ କୁଡିଆ ରେ
ହୃଦୟ ରେ ତୋ ନାମ ଉଚ୍ଚାରି ।।

ଥରେ ମାତ୍ର ଭାବିବୁ ଏ କଥା
ଦୂରେ ଜଣେ ପାତିଅଛି ମଥା !!!

           ଡଃ ସୁଧୀର ସାମଲ
Leave A Reply

Your email address will not be published.