mobile header

କନ୍ଧମାଳ ରେ ଦାଦନ ଦୁଃଖ —
ଗାଁକୁ ଫେରୁଥିଲେ ବାଟରୁ ନିଖୋଜ



ଫୁଲବାଣୀ 4/7(ସୁନୀଲ ପଟ ନାୟକ )
କନ୍ଧମାଳ ରେ ପୁଣି ଦାଦନ ଦୁଃଖ l
ଗାଁ ରେ କାମଧନ୍ଦା ମିଲିଲାନି, ଫଳରେ ଦାଦନ ଖଟିବାକୁ ସୁଦୂରତାମିଲନାଡୁ ଯାଇଥିଲାକନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ମେରିଆସାହି ର ରାଜେନ୍ଦ୍ର ଦାନା ବିଶୋଇ l lସେଠାରେ କିଛିଦିନ କାମକରିବାପରେ ରାଜେନ୍ଦ୍ର ଅସୁସ୍ଥ ହୋଇପଡିଥିଲେ l
ଫଳରେନିଜ ଘରକନ୍ଧମାଳ କୁ ଫେରୁଥିଲେ l ହେଲେ ବାଟରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ l
ଏଭଳି ଦୁଖଦ ଖବର ଅସିଛି କନ୍ଧମାଳ ବ୍ରାହ୍ମଣୀଗାଁ ଅଂଚଳରୁ l

ରାଜେନ୍ଦ୍ର ଙ୍କ କୌଣସି ପତା ନମିଳିବା ଫଳରେ ସ୍ତ୍ରୀ ସେଲୀନା ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଛନ୍ତି lରାଜେନ୍ଦ୍ଵ ବିଜୟୱାଡା ଯାଏ ଆସିବାପରେ ଟ୍ରେନ ବଦଳାଇ ବ୍ରହ୍ମପୁର ଆସୁଥିଲେ lସେତେବେଳ ଯାଏ ସ୍ତ୍ରୀ ସେଲୀନ ସ୍ୱାମୀ ରାଜେନ୍ଦ୍ର ଙ୍କ ସହ ଯୋଗାଯୋଗ ରେ ଥିଲେ lସ୍ୱାମୀ ରାଜେନ୍ଦ୍ର ଅସୁସ୍ଥ ଥିବାଜାଣି ସ୍ତ୍ରୀ ସେଲୀନା ବ୍ରହ୍ମପୁର ଯାଇ ଷ୍ଟେସନ ରେ ଅପେକ୍ଷା କରିଥିଲେ l ତେଵେ ସେ ନଆସିବାଫଳରେ ଦୁଃଖରେ ଭାଙ୍ଗିପଡିଥିଲେ ସେଲୀନା l ବ୍ରାହ୍ମଣୀ ଗାଁକୁ ଆସି ଏତେଲା ଦେବା ସହ ଫେରିଵା ବାଟକୁ ଚାହିଁ ବସିଛନ୍ତି l ଜିଲ୍ଲା ପ୍ରସାଶନ ଓ ଶ୍ରମ ଵିଭାଗ ଏଥିପ୍ରତି ତୁରନ୍ତ ଦ୍ରୁଷ୍ଟି ଦେଇ ନିଖୋଜରାଜେନ୍ଦ୍ର ଙ୍କୁ ଘରକୁ ଫେରାଇଆଣିବାଲାଗି ନିବେଦନ କରିଛନ୍ତି l

Leave A Reply

Your email address will not be published.