mobile header

ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସବଲ୍ ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ରାଜସ୍ଥାନ ଅଭିମୁଖେ ସୋଆର ଖେଳାଳୀ ଟିମ୍‌


ଭୁବନେଶ୍ୱର, ୫/୦୭: ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସ୍ ବଲ୍ ଟୁର୍ଣ୍ଣାମେଂଟରେ ଭାଗ ନେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ
(ସୋଆ)ର ୨୪ ଜଣିଆ ଟିମ୍ ସୋମବାର ରାଜସ୍ଥାନ ଅଭିମୁଖେ ଗସ୍ତ କରିଛନ୍ତି । ରାଜସ୍ଥାନର ପାଚେରୀ ବାରିରେ ଉଭୟ ପୁରୁଷ ଓ ମହିଳା
ବର୍ଗରେ ଆସନ୍ତା ଗୁରୁବାର ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ ।
ଟିମ୍‌ରେ ୧୨ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଖେଳାଳି ଥିବା ବେଳେ ସେମାନଙ୍କ ସହିତ କୋଚ୍ ଶ୍ରୀମତି ସୁନୀତା ବର୍ମା ଏବଂ
ମ୍ୟାନେଜର ଶ୍ରୀ ବରେଶ ମିଶ୍ର ରାଜସ୍ଥାନ ଯାଇଛନ୍ତି ।
ରାଜସ୍ଥାନର ଝୁନ୍‌ଝୁନ୍ ଜିଲ୍ଲାର ପାଚେରୀ ବାରି ସ୍ଥିତ ସିଂଘାଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି ।

Leave A Reply

Your email address will not be published.