mobile header

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅପରାଧ ମାମଲା ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା


ଫୁଲବାଣୀ -07/07
କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଂଚଳର ଏକ 12 ବର୍ଷର ନାବାଳିକା କୁ ମଧ୍ୟ ରାତ୍ରି ରେ ଝରକା ର ଇଟା ବାହାର କରି ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିବା ଅପରାଧରେ ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ର ମାନ୍ୟବର ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ 22 ବର୍ଷ ବୟସ୍କ ବାବୁଲା ମଲିକ କୁ ଆଜୀବନ କାରାଦଣ୍ଡ ସହ ଦୁଇଲକ୍ଷ ଟଙ୍କା ଜୋରିମାନା ଦଣ୍ଡଦେଶ ଦେଇଛନ୍ତି! ଜୋରିମାନା ଅର୍ଥ ଅନାଦେୟ ପାଇଁ ଅଧିକ ଏକବର୍ଷ ଜେଲଦଣ୍ଡ ଦଣ୍ଡା ଦେଶ ଶୁଣାଇଛନ୍ତିl
ପ୍ରକାଶ ଯେ ଗତ 3/7/2017
ପିଏସ କେଶ ନମ୍ବର 34 ଅନୁଯାଇ ବାବୁଲା ମଲିକ (22) ପୀଡିତା କୁ ତାର ଘରକୁ ଯାଇ ଘରର ଝରକା ରୁ ଇଟା ବାହାର କରି ଘରେ ପଶି ଅପହରଣ କରି ନେଇ ଜବରଦସ୍ତ ଧର୍ଷଣ କରିଥିଲା!ଓ ପରେନାବାଳିକା କୁ ଘରୁ ନେଇ ଏକ କଲଭର୍ଟ ରେ ରାତି ରେ ରଖି ଥିଲା l ତେଵେ କୋୖଣସି ଲୋକ ଦେଖିଦେବାରୁ ସେଠାରୁ ପଳାଇଯାଇ ନିକଟସ୍ଥ ପାହାଡ଼ ର ଏକ ବଡ ପଥର ରେ ଆଶ୍ରୟ ନେଇଥିଲେ! ପୀଡ଼ିତା କାଳେ ପରିବାର କୁ ଜଣାଇଦେବ ଭାବି ଅଭିଯୁକ୍ତ ବାବୁଲା ପୀଡିତା କୁ ତଣ୍ଟି ଚିପି ହତ୍ୟା କରିଥିଲା ଏବଂ ଶବ କୁ ଦୁଇଟି ପଥର ସଂଦିରେ ଫୋପାଡ଼ି ଦେଇଥିଲା! ପୋଲିସ ଏତେଲା ପାଇ ତଦନ୍ତ କରି ବାବୁଲାକୁ ଗିରଫ କରି ଥିଲା! ବାବୁଲା ସମସ୍ତ ଘଟଣା ପୋଲିସ କୁ କହି ହତ୍ୟା କରିଥିବା ସ୍ଥାନ ଦେଖାଇଥିଲା ଏବଂ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା! ପୋଲିସ ଦଫା 363/376/(2)(!)(n)302,201IPC R/w ସେକ୍ସନ 6 ପୋକ୍ସ ଆକ୍ଟ ଅନୁଯାଇ ମକଦମା ରୁଜୁ କରି ବାବୁଲାକୁ କୋର୍ଟ ଚାଲାଣ କରିଥିଲା! ଆଜି ମାନ୍ୟବର ଏ. ଡି. ଯେ. ଭାସ୍କର ଚନ୍ଦ୍ର ସାହୁ ସାଖ୍ୟ ପ୍ରମାଣ କୁ ଭିତ୍ତି କରିଏହି ରାୟ ଶୁଣାଇ ଥିଲେ! ଜୋରିମାନା ଅର୍ଥ ରୁ ଏକ ଲକ୍ଷ ଟଙ୍କା ପୀଡିତା ର ମାତାପିତା କୁ ପ୍ରଦାନ କରିବାକୁ ରାୟ ରେ ଉଲ୍ଲେଖ ରହିଛି!

Leave A Reply

Your email address will not be published.