mobile header

ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ବନମହୋତ୍ସବ


ଫୁଲବାଣୀ 08/08
ଶୁକ୍ରବାର କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଘୋଡାଗାଡୁ ଗ୍ରାମ ରେ୭୩ ତମ ବନମହୋତ୍ସବ ଅନୁଷ୍ଠିତ ହୋଇ ଥିଲା l ଏଥିରେ ଖଜୁରୀପଡା ବ୍ଲକ ର ପୂର୍ବତନ ଅଧକ୍ଷ ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ସାହୁ, ଅନୁଷ୍ଠାନ ର ଉପାଧ୍ୟକ୍ଷ ତଥା ଅବସର ପ୍ରାପ୍ତ ପୋଲିସ ଅଧିକ୍ଷକ ଦିଲ୍ଲୀପ ସାହାଣୀ, ପୂର୍ବତନ ବ୍ୟାଙ୍କ ଅଧିକାରୀ ଶୁଭେନ୍ଦୁ ତ୍ରିପାଠୀ, ସମାଜସେବୀ ବିଷ୍ଣୁ ଚରଣ ପ୍ରଧାନ, କ୍ଷୀରୋଦ ସାହୁ, ପ୍ରଫେସର ଅମୁଲ୍ୟ ତ୍ରିପାଠୀ, ସଂଗଠନ ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ବରାଳ ଦେବୀ ସିଡ ଷ୍ଟୋର ମାଲିକ ତ୍ରିଲୋଚନ ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ପି. ସୁଧାଂଶୁମୋହନ ସେନାପତି,ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କରିବା କୁ ପରାମର୍ଶ ଦେଇଥିଲେ l ସଂଗଠନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ
ଘୋଡାଗାଡୁ ଗ୍ରାମ ବାସୀ ଦିଲ୍ଲୀପ ସାହୁ, ରମେଶ ପ୍ରଧାନଓ ଗ୍ରାମ ର ବହୁ ଯୁବକ ଓ ଗ୍ରାମବାସି ଯୋଗ ଦେଇସମସ୍ତ ସହଯୋଗ କରିବା ସହ ବିଭିନ୍ନ ରକମ ର ବୃକ୍ଷ ରୋପଣ କରିଥିଲେ l ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆସନ୍ତା ରବିବାର ଦିନପୁନର୍ବାର ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ କହିଛନ୍ତି l

Leave A Reply

Your email address will not be published.