mobile header

ବାଲିଗୁଡ଼ା ବନ ବିଭାଗ ଡିଭିଜନ ପକ୍ଷରୁବ୍ୟାପକ ବୃକ୍ଷରୋପଣ ଓ ସଚେତନତା

ଫୁଲବାଣୀ09/7(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବାଲିଗୁଡ଼ା ବନ ବିଭାଗ ରେଞ୍ଜ ପକ୍ଷରୁ ରେଞ୍ଜ ଅଫିସର ଉଦିତ ନାରାୟଣ ପ୍ରଧାନ ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ବିଭିନ୍ନ ସ୍ଥାନ ରେ ୭୩ ତମ ବନମହୋତ୍ସବ ସଫଳତାର ସହ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ନନ୍ଦିନୀ ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥୀ ଭାବେ ବାଲିଗୁଡ଼ା ଉପଜିଲାପାଳ ଦୁଖବନ୍ଧୁନାୟକ, ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ଜି. ଆର ରାଘବେନ୍ଦ୍ର, ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧlନ,ବାଲିଗୁଡ଼ା ବନ ଖଣ୍ଡ ଅଧିକାରୀ ବିସ୍ବରାଜ ପଣ୍ଡା,ସଂସଦ ପ୍ରତିନିଧି ତଥା ବି ଜେ ଡି ନେତା ଟୁନା ଦାସ, ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଙ୍କ ସମେତ ବହୁବନ ବିଭାଗ ଅଧିକାରୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି ଉପସ୍ଥିତ ଲୋକଙ୍କୁ
ପରାମର୍ଶ ଦେଇଥିଲେ lସେହିପରି ମୂଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ, ସାହିତ୍ୟିକ, ଓପରିବେଶ ବିତ ଓ ବନ୍ୟାପ୍ରାଣୀ ସରକ୍ଷଣ ପରାମର୍ଶ ଦାତା କୌଶିକ ସାହୁ ଯୋଗଦେଇ
ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ମୁଖ୍ୟବକ୍ତା ସାହୁ କହିଥିଲେ lଏହି କାର୍ଯ୍ୟକ୍ରମ ରେ ବହୁ ପଦସ୍ତ ଅଧିକାରୀ ଙ୍କ ସମେତ ସ୍ଥାନୀୟ ଜନସାଧାରଣ ବୁଦ୍ଧିଜୀବୀ ,ଛାତ୍ର ଛାତ୍ରୀ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ l

Leave A Reply

Your email address will not be published.