mobile header

କ. ନୂଆଗାଁ ଅଂଚଳ ରୂ ଉଦ୍ଧାର ନାବାଳକ ପରିବାର ବର୍ଗ କୁ ହସ୍ତାନ୍ତର


ଫୁଲବାଣୀ -12/07
କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ ଅଂଚଳରୁ ଗତ ଦଶ ତାରିଖରେ ଚାଇଲଡ ଲାଇନ ଉଦ୍ଧାର କରିଥିବା
ନାବାଳକକୁ ଆଜି ମଙ୍ଗଳବାର ଜିଲା ଶିଶୁ ସୁରକ୍ଷା ସମିତି ଯାଞ୍ଚ କରିବାପରେ ତାର ବାପାଙ୍କୁ ହସ୍ତାନ୍ତର କରିଛି l କନ୍ଧମାଳ ଜିଲା ଦାରିଂବାଡ଼ି ବ୍ଲକଅନ୍ତର୍ଗତ ତାଯୁଙ୍ଗିଆ ପଂଚାୟତ ସିକବାଡି ନିକଟ ଡ଼ୁବୁରୀ ଗ୍ରାମ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ କହିଛନ୍ତି l
ଗଣାମାଧ୍ୟମ ରେ ନାବାଳକ ଉଦ୍ଧାର ଖବର ପ୍ରକାଶ ପାଇବାପରେ ଖବର ପାଇ ନାବାଳକ ର ବାପା ନିର ପାଟମlଝି ଜିଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲେ lଆଉ ସରକାରୀ ପ୍ରକ୍ରିୟା ଅନୁ ଯାୟୀ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷ ଅଶୋକ ବେହେରା, ଚାଇଲଡ଼ ଲାଇନ ସଦସ୍ୟ ଙ୍କ ଉପସ୍ଥିତି ରେ ନାବାଳକ କୁ ବାପା ନିର ପାଟମlଝି ଙ୍କୁ ହସ୍ତାନ୍ତର କରାଯାଇଥିଲା l
ପୁଅ ବାପା ଙ୍କୁ ଦେଖି ଖୁସି ହୋଇଯାଇଥିବା ବେଳେ ବାପା ବି ହଜିଲା ପୁଅ କୁ ପାଇ ଖୁସିରେ ବିଭୋର ହୋଇଉଠିଥିଲେ l ବାପା ଓ ପୁଅର ମିଳନ ସମସ୍ତ ମନରେ ଖୁସି ଆଣିଦେଇଥିଲା l
ନାବାଳକ ମା ଛେଉଣ୍ଡ ସାଙ୍ଗକୁ କଥl ମଧ୍ୟା କହିପାରୁନି ଏଣୁ,ଅବହେଳା ନକରି ତାର ସମସ୍ତ ଦାଇତ୍ୱ ଠିକ ଭାବେ ବୁଝିବା ଲାଗି ବାପା ନିର ପାଟମlଝି ଙ୍କୁ ଡି ସି ପିଓ ଓ କମିଶନ ପରାମର୍ଶ ଦେଇଛନ୍ତି l
ସୂଚନାଯୋଗ୍ୟ ଯେ, ନାବାଳକ ଜଣଙ୍କ ଗତ ଦଶ ତାରିଖରେ
କ. ନୂଆଗାଁ ଅଂଚଳ ରେ ଏକାକୀ ବୁଲୁଥିଵା
ନେଇ ସମ୍ପୃକ୍ତ ଅଞ୍ଚଳ ରୂ କୌଣସି ସହୃଦୟଵ୍ୟକ୍ତି 1098 କୁ ଫୋନକରି ଜଣାଇବା ପରେ ଚାଇଲଡ଼ ଲାଇନ ଟିମ ର ଶିବଶଙ୍କର ବେହେରା, ପ୍ରଭାସ ରଞ୍ଜନ ନାୟକତତକ୍ଷଣାତ କ. ନୂଆଗାଁ ଯାଇ ନାବାଳକ ଟିକୁ ଉଦ୍ଧlର କରିଵା ପରେ ନାବାଳକ କୁ ଶିଶୁ ମଂଗଳ କମିଟୀ ରେ ହା ଜର କରିବା ପରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଙ୍କ ନିର୍ଦେଶ ପ୍ରକାରେ ତାକୁ ଫୁଲବାଣୀ ସ୍ଥିତକେନ୍ଦୁପଦର, ଗୋପବନ୍ଧୁ ବାଳାଶ୍ରମ ରେ ଥଇଥାନ କରାଯାଇଥିଲା l

Leave A Reply

Your email address will not be published.