mobile header

ବନବିଭାଗ କାର୍ଯ୍ୟାଳୟରେ ପଶିଲେ ଆନ୍ଦୋଳନକାରୀ

ଉଦଳା –
ଗତ ୮ ତାରିଖ ରାତିରେ ଉଦଳା ବନାଞ୍ଚଳ ଅଧିନ ନାବରା ଜଙ୍ଗଲରେ ୬୦ ରୁ ଉର୍ଦ୍ଧ୍ୱ ସାଗୁଆନ ଗଛ କାଟି ଦିଆଯାଇଥିଲା । ଯାହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଉକ୍ତ ସମୟରେ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଏହାକୁ ନେଇ ଗତ ମଙ୍ଗଳବାର ଦିନ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ବେଳେ ତାହା ପୂରଣ ନ ହେବାରୁ ଆଜି ଗ୍ରାମବାସୀମାନେ ପୁଣି ଉଦଳା-ପୋଡାଡିହା ରାସ୍ତା ଅବରୋଧ କରିଥିଲେ । ହେଲେ କୌଣସି ଅଧିକାରୀ ସେଠାରେ ଆଲୋଚନା କରିବା ନିମନ୍ତେ ନ ପଞ୍ଚିଚିବାରୁ ଶେଷରେ ଗ୍ରାମବାସୀମାନେ ୫ କିଲୋମିଟର ଚାଲି ଚାଲି ଆସି ରେଞ୍ଜ ଅଫିସ୍ ଭିତରେ ପଶି ବିକ୍ଷୋଭ କରିଛନ୍ତି । ଏହା ସହିତ ଉଦଳା ରେଞ୍ଜରଙ୍କୁ ଘେରିଛନ୍ତି । ତୁରନ୍ତ ଏହି ଘଟଣାର ସମାଧାନ କରିବା ସହିତ ସାଗୁଆନ ଗଛ କାଟିଥିବା ଦୁବୁର୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି କରିଛନ୍ତି ଗ୍ରାମବାସୀ । ଏହି ଦାବି ପୂରଣ ନ ହେଲେ ଗ୍ରାମବାସୀମାନେ ଆନ୍ଦୋଳନକୁ ବ୍ୟାପକ କରିବା ସହିତ ଆନ୍ଦୋଳନ ଜାରି ରହିବ ଏବଂ କାର୍ଯ୍ୟାଳୟରେ ତାଲା ମାରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.