mobile header

ମାଲକାନଗିରି ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମାଲକାନଗିରି: ୧୪/୦୭/୨୨ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ବିଦାୟୀକାଳନ ସମ୍ପର୍ଦ୍ଧନା ଦିଆଯାଇଥିଲା । ଏହି ସଭାରେ ଅଧ୍ୟକ୍ଷ ଅଶୋକ କୁମାର ଷଢଙ୍ଗୀ ସଭାପତିତ୍ବ କରି ବିରସେନଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହିତ ମହାବିଦ୍ୟାଳୟ ପ୍ରତି ଥିବା ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ସଭାକୁ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ । ପୂର୍ବତନ ସଭାପତି ବୀରସେନ ପ୍ରଧାନଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ମାନିତ କରି ବିଦାୟ ଜଣାଇଥିଲେ । ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ ମହାବିଦ୍ୟାଳୟର ଉତ୍ତରୋତ୍ତର ମଙ୍ଗଳ କାମନା କରିଥିଲେ । ସେ ପ୍ରାୟ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ମାଲକାନଗିରି ମହାବିଦ୍ୟାଳୟ ପରିଚାଳନା କମିଟିର ଦାୟିତ୍ବ ସଫଳ ଭାବେ ତୁଲାଇଥିଲେ । ସଭାରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର, ଅଧ୍ୟାପିକା ନମିତା ଦଣ୍ଡସେନା, ପ୍ରେମରେଖା ଭୋତ୍ରା, ଗୌତମ ନାୟକ, ଜିମୂତ ନାୟକ, ପ୍ରମୀୟ କୁମାର ମହାନ୍ତି, ଲିପସାରାଣୀ ନାୟକଙ୍କ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ସଭାଶେଷରେ ଅଧ୍ୟାପକ ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.