mobile header

ସ୍ମାର୍ଟ ସ୍କୁଲନିର୍ମାଣ କାର୍ଯ୍ୟ ସରିବାକୁ ନାହିଁ, ଛାତ୍ରୀ ହନ୍ତସନ୍ତ


ଫୁଲବାଣୀ -15/07
ସରକାର ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଈଁ କୋଟିକୋଟି ଟଙ୍କା ବ୍ୟୟ ରେ ସ୍ମାର୍ଟ ସ୍କୁଲ କରିଛନ୍ତି l ତେଵେ ଏସବୁ କାର୍ଯ୍ୟ ର ମାନ ଠିକ ନଥିବା, ଉଦଘାଟନ ର ମାସ ମାସ ବିତିଯାଇଥିଲେ ମଧ୍ୟା ନିର୍ମାଣ କାର୍ଯ୍ୟ ଅଧ୍ୟାପନ୍ତୁ ରିଆ ଅବସ୍ଥାରେ ପଡିରହିବା ଯୋଗୁଁ ଛାତ୍ର ଛାତ୍ରୀ ଓ ଅବିଭାବକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛିl
ବାରମ୍ବାର ଅଭିଯୋଗ କଲେ ମଧ୍ୟ ଯନ୍ତ୍ରୀ କି ଠିକାଦାର ଶୁଣିବାକୁ ନାହିଁ l
ଫଳରେ ଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଏପରି ଅବସ୍ଥା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ ଥିବା ସରକାରୀ ବାଳିକା ହାଇସ୍କୁଲ ରେ l
ଯନ୍ତ୍ରୀଓ ଠିକାଦାର ମିଶି ହରିଲୂଟ କରୁଥିବା ଅଭିଯୋଗ ହେଉଛି lସ୍କୁଲର କେତେଗୁଡିଏ ଶ୍ରେଣୀ ଗୃହ ରୂ ବର୍ଷା ରେ ଛାତ ରୂ ପାଣି ଗଳୁଛି ସମ୍ମୁଖରେ ନିର୍ମାଣ କରାଯାଉଥିବା ଡ୍ରେନ ଓ କାଓ କେଚେର ନିର୍ମାଣ ମାସ ମାସ ଧରି ଚାଲିଛି ଯେ ସରିବାକୁ ନାହିଁ lଫଳରେ ଛାତ୍ରଛାତ୍ରୀ ମାନେ ସାଇକେଲ ସ୍କୁଲ ଭିତର କୁ ନେଇପାରୁନାହlନ୍ତି l ରାସ୍ତାରେ ଶହଶହ ସାଇକେଲ ରହୁଛିl ଫଳରେ ବର୍ଷା ରେ ନଷ୍ଟ ହେବାସହ ଚୋରି ମଧ୍ୟ ହେବାର ଆଶଙ୍କା ରହିଛି lଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି ଛାତ୍ରୀମାନେ l
ସେହିଁ ପରି ଠିକାଦାର ଗୁଡ଼ି, ବାଲି, ପୁରୁଣାନଷ୍ଟ ହୋଇଥିବା ଡ୍ରେନ କଭର, ଡ୍ରେନ ରୂ ବାହାରିଥିବା ପଥର ସବୁ ରାସ୍ତା ରେ ପକାଇରଖିଛି lଫଳରେ ବିଭିନ୍ନ ସମୟରେ ଦୂର୍ଘଟଣା ମଧ୍ୟା ଘଟି ଲୋକେ ଆହତ ହେଲେଣି ତଥାପି ଠିକାଦାର ଓ ପୂର୍ତବିଭାଗ ଯନ୍ତ୍ରୀ ଙ୍କ ଚେତା ପଶୁନି lଯଦି ସହର ରେ ଏହି ଅବସ୍ଥା ହେଲେ ଗାଁ ରେ କରାଯାଇଥିବା ସ୍ମାର୍ଟ ସ୍କୁଲ ଅବସ୍ଥା କଣ ହେଇଥିବ ଭାତ ହାଣ୍ଡିରୁ ଗୋଟିଏ ଭଳି ସ୍ପଷ୍ଟ ଜଣା ପଡୁଛି l
ପୂର୍ତବିଭାଗ ଏସ ଇ , ମୁନିସିପାଲିଟି ଅଫିସର, ଜିଲ୍ଲାପ୍ରଶାସନ ଏଥିପ୍ରତି ତୁରନ୍ତ ଦ୍ରୁଷ୍ଟି ଦେଇ ପ୍ରତିକାର କରିବାକୁ ଦାବୀ ହେଉଛି l

Leave A Reply

Your email address will not be published.