mobile header

ବିଶ୍ୱ ଯୁବ ଦକ୍ଷତା ଦିବସ 2022

୧୫-୦୭-୨୦୨୨

ମୟୂରଭଞ୍ଜ।
ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ – 2022 ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ବାଙ୍କିସୋଳ ସ୍ଥିତ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭଉଦ୍ଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦକ୍ଷତା ବିକାଶ ତାଲିମ ପାଇଁ ଆସିଥିବା ବିଦ୍ୟାର୍ଥୀ ମାନଙ୍କୁ “ଜୀବନ, ​​କାର୍ଯ୍ୟ ଏବଂ ସ୍ଥାୟୀ ବିକାଶ ପାଇଁ ଶିକ୍ଷା ଏବଂ ଦକ୍ଷତା ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ତେବେ ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଭିତରେ ଆର୍ଡିଏସସି ସେକ୍ରେଟେରୀ ତଥା ଜନଶିକ୍ଷଣ ସଂସ୍ଥା ଅଧ୍ୟକ୍ଷ ବିଜୟ କୁମାର ବେହେରା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ,ଜିଲ୍ଲା ନିୟୋଜନ ଅଧିକାରୀ ତଥା ଜିଲ୍ଲା ଦକ୍ଷତା ବିକାଶ ନୋଡାଲ ଅଧିକାରୀ ଡି.ଜି ଲାକ୍ରା ଙ୍କ ସମେତ ଚାରିଜଣ ରୋଲ ମଡେଲ ସଂଚିତା ମହାନ୍ତ, ଝିଲି କାଳନ୍ଦୀ,ରମେଶ ମହାନ୍ତ, ରାଜେଶ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ
ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇବା ସହ ନିଜକୁ ସ୍ୱାବଲମ୍ବୀ କରିପାରିଥିବା ଚାରିଜଣ ରୋଲ ମଡେଲ ମାନଙ୍କୁ ଜିଲ୍ଳାପାଳ ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।ତେବେ ଏହି କାର୍ଯ୍ୟକ୍ରମ ଟି ଡି ଜି ଲାକ୍ରା ଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଜିଲ୍ଲାପାଳ ଙ୍କ ସମେତ ଅନ୍ୟ ଅତିଥିଗଣ ବୃକ୍ଷରୋପଣ କରିଥିଲେ।

Leave A Reply

Your email address will not be published.