mobile header

କନ୍ଧମାଳ ରେ ଡେଙ୍ଗୁ ସଚେତନତା

ଫୁଲବାଣୀ -20/07 ଏବେ ବର୍ଷାଋତୁ l ମେଲେରିଆ ଓ ଡେଙ୍ଗୁ ଜ୍ୱର ରୋଗୀ ବି ଧୀରେ ଧୀରେ ବଢ଼ିଲେଣି l ଡେଙ୍ଗୁ
ସଚେତନତା ନେଇ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ନକସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ୱାସ୍ଥ୍ୟ ବିଭାଗ ସମେତ ମୁନିସିପାଲିଟି ଓ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ମାନେ ଯୋଗଦେଇଥିଲେ lଡେଙ୍ଗୁ ର ପ୍ରତିକାର ଓ ପ୍ରତିରୋଧ ପାଈଁ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳପାଟିଲ ପରାମର୍ଶ ଦେଇଥିଲେ lମଶା ଅଣ୍ଡା ଦେବା ସ୍ଥାନ ସଫା କରିବାସହ ଡ୍ରେନ ସଫା କରିବାକୁ ପୌର ପରିଷଦ ଓ ଏନଏସି ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା l
ସେହିପରି ଜିଲା ଶିକ୍ଷା ଅଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀ ଙ୍କୁ ସ୍କୁଲ ଗୁଡିକ ଯେପରି ସଫା ସୁତୁରା ରହିବ, ସ୍ଵଛ ପାନୀୟ ଜଳ ପିଲା ପାଇବେ ସେଥିପ୍ରତି ଧ୍ୟାନ ଦେବାଲାଗି ଜିଲାପାଳ କହିଥିଲେ lସେହିପରି ଗାଁ ପରିବେଶ ଯେପରି ସଫା ରହିବ, ଓ ସ୍ଵଛ ପାନୀୟ ଜଳ ଉପରେ ସତର୍କ ଦ୍ରୁଷ୍ଟି ଦେଇ ଗାଁ କଲ୍ୟାଣ ପାଣ୍ଠି ରୁ ଅର୍ଥ ଖର୍ଚ କରିବା ଲାଗି ପରାମର୍ଶ ପଂଚାୟତ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି l
ବୈଠକ ରେ ପ୍ରକଳ୍ପ ନିର୍ଦେଶକ ଡିଆରଡ଼ି ଏ. ବିଶ୍ୱ ରଞ୍ଜନ ନାୟକ, ଉପଜିଲାପାଳ ଶେଷ ଦେବ ମିଶ୍ର, ପି ଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାଶ ଙ୍କ ସମେତ ବହୁ ବରିଷ୍ଠ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.