xmas

୬ ଲକ୍ଷ ଆଧାର କାର୍ଡ ରଦ୍ଦ କଲେ ସରକାର । ସୁରକ୍ଷିତ ଅଛି ତ ଆପଣଙ୍କ ଆଧାର ପ୍ରମାଣ ପତ୍ର? ଜାଣନ୍ତୁ, କେମିତି କରିବେ ଚେକିଂ…

ଆଧାର କାର୍ଡ, ଆଜିର ଦିନରେ ଏହି ପରିଚୟ ପ୍ରମାଣ ପତ୍ରର ଗୁରୁତ୍ୱ କେତେ, ତା ଆପଣ ବେଶ ଭଲଭାବେ ଜାଣିଥିବେ । ଯେକୌଣସି କାମରେ ହେଉନା କାହିଁକି , ପରିଚୟ ପତ୍ର ଖୋଜା ପଡିଲେ, ସମସ୍ତେ ଆଗ ଏହି ଆଧାର କାର୍ଡ ହିଁ ଖୋଜିଥାନ୍ତି । ହେଲେ ଆପଣଙ୍କର ସେହି ଆଧାରକାର୍ଡଟି ସୁରକ୍ଷିତ ଅଛି ତ? ଅନ୍ୟ କେହି ଆପଣଙ୍କ ଆଧାର କାର୍ଡର ଖରାପ ବ୍ୟବହାର କରୁନାହାଁନ୍ତି ତ?

କିଛି ଦିନ ହେଲା ଭାରତରେ ଅନେକ ନକଲି ଆଧାର କାର୍ଡ ଦେଖିବାକୁ ମିଳିଛି । ଅନେକ ଲୋକ, ଲୋକମାନଙ୍କର ଡୁପ୍ଲିକେଟ୍ ଆଧାର କାର୍ଡ ତିଆରି କରି ଏହାକୁ ଖରାପ କାମରେ ବ୍ୟବହାର କରୁଛନ୍ତି । ତେଣୁ ଏହା ଉପରେ ତୁରନ୍ତ ଆକ୍ସନ ନେବା ସହିତ uidai ପ୍ରାୟ ୬ ଲକ୍ଷ ଡୁପ୍ଲିକେଟ୍ ଆଧାର କାର୍ଡକୁ କ୍ୟାନସଲ୍ କରିଦେଇଛି । ଲୋକସଭାରେ ମଧ୍ୟ ଏନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି ।

ଆଧାର କାର୍ଡ ଏବେ ସମସ୍ତ ନାଗରିକଙ୍କ ପାଇଁ ଏକ ଜରୁରୀ ପରିଚୟ ପତ୍ର ହେଇସାରିଛି । ତେଣୁ ଏହାକୁ କେମିତି ସୁରକ୍ଷିତ ରଖାଯାଇପାରିବ, ଏହାର କେମିତି ଖରାପ ବ୍ୟବହାର ନହେବ । ସେଥିପ୍ରତି ଧ୍ୟାନ ଦେବା ଜରୁରୀ ହେଇପଡିଛି । ତେଣୁ ଆପଣଙ୍କର ଆଧାର କାର୍ଡ ସୁରକ୍ଷିତ ଅଛି କି ନାହିଁ, ତା ଆପଣ କିଛି ସମୟ ସମୟ ଭିତରେ ଚେକ୍ କରିନେବା ନିହାତି ଆବଶ୍ୟକ । ଏଥିପାଇଁ ଆପଣଙ୍କୁ କୌଣସି ଅଫିସରେ ଲାଇନ୍ ବି ଲଗାଇବାକୁ ପଡିବନି । ଘରେ ବସି ଆପଣ ଆପଣଙ୍କର ଆଧାରକାର୍ଡ ସୁରକ୍ଷିତ ଅଛି କି ନାହିଁ ଚେକ୍ କରିପାରିବେ ।
କେମିତି କରିବେ ଆଧାର କାର୍ଡ ଚେକିଂ?

• ଆଧାର କାର୍ଡ ଭେରିଫାଏ କରିବା ଅତ୍ୟନ୍ତ ସହଜ କାମ ଅଟେ । ଏହାକୁ ଆପଣ ଘରେ ବସି ନିଜ ସ୍ମାର୍ଟଫୋନ୍ ସାହାଯ୍ୟରେ କରିପାରିବେ

• ଏଥିପାଇଁ ଆପଣଙ୍କୁ ପ୍ରଥମେ www.uidai.gov.in ୱେବସାଇଟକୁ ଯିବାକୁ ପଡିବ

• ୱେବସାଇଟକୁ ଯିବା ପରେ ସେଠାରେ ଆପଣଙ୍କୁ Verify AADHAAR ଅପସନ୍ ଦେଖିବାକୁ ମିଳିବ

• ସେଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ଆପଣଙ୍କର ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବର ଦେବାକୁ ପଡିବ

• ଆଧାର ନମ୍ବର ଦେବା ପରେ ସେଠାରେ ଆପଣଙ୍କର ଆଧାର କାର୍ଡ Verify ହେଇ ରହିଛି କି ନାହିଁ ଜଣାପଡିଯିବ

• ଯଦି ଆପଣଙ୍କର ଆଧାର କାର୍ଡ Verify କରିବା ଅସଫଳ ହେବ । ତେବେ ୱେବସାଇଟରେ ଆପଣଙ୍କ ଆଧାର କାର୍ଡ ମହଜୁଦ୍ ନାହିଁ ବୋଲି ଦେଖାଇବ

ଆପଣଙ୍କର ଆଧାର କାର୍ଡ ଯଦି ଭେରିଫାଏ ନଦେଖାଉଛି, ତେବେ ତୁରନ୍ତ ନିଜର ଜରୁରୀ ଡକ୍ୟୁମେଂଟ ସହ ନିକଟସ୍ଥ ଆଧାର ଏନରୋଲମେଂଟ ସେଟଂରରେ ଏହା କରାଇ ନିଅନ୍ତୁ । ଯାହାଦ୍ୱାରା ଆପଣଙ୍କ ଆଧାର କାର୍ଡ ସୁରକ୍ଷିତ ରହିବା ସହିତ ଏହାର କୌଣସି ଖରାପ ବ୍ୟବହାର ହୋଇପାରିବନି

Leave A Reply

Your email address will not be published.