xmas

କୋରୁକୋଣ୍ଡାରେ ବିଭତ୍ସ ହତ୍ୟାକାଣ୍ଡ

ମାଲକାନଗିରି ୨୭।୭: ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ଆଜି ଏକ ବିଭିତ୍ସ ହତ୍ୟାକାଣ୍ଡ ଘଟିଛି । ଯାହାକୁ ନେଇ ଅଞ୍ଚଳରେ ଆଲୋଡୋନା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫) ଆଜି ମଧ୍ୟାନ୍ନ ରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ ଆଣିବା ପାଇଁ ଯାଇଥିଲେ । ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଜମିକୁ ଯାଇ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳରେ ରକ୍ତ ପଡିଥିବା ଦେଖି ପରିବାର ଲୋକେ ଚିନ୍ତିତ ହୋଇ ଆଖପାଖ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳରୁ ରକ୍ତ ଛିଟା ପଡି ଘୋଷାରି ହୋଇ ଯାଇଥିବା ଚିହ୍ନ ଦେଖି ସେହି ଚିହ୍ନ ଅନୁଯାୟୀ ପରିବାର ଲୋକେ ନିକଟରେ ଥିବା ନଇ ସହ ସଂଯୋଗ ହୋଇଥିବା ନାଳ ନିକଟରେ ଭୀମଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଦେଖିବାକୁ ପାଇଥିଲେ । ତେବେ ଭୀମଙ୍କ ମୁଣ୍ଡ ପଛ ପଟେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଥିବା ବେଳେ ଭୀମ ବାଉଁଶ କାଟିବା ନିମନ୍ତେ ନେଇଥିବା ଟାଙ୍ଗିଆଟି ନିଖୋଜ ଥିବା ଦେଖିବାକୁ ପାଇଥିଲେ । ହତ୍ୟା ସନ୍ଦେହ କରି ତୁରନ୍ତ ଘର ଲୋକେ ମାଲକାନଗିରି ଥାନାକୁ ଯୋଗଯୋଗ କରିବା ପରେ ସୂଚନା ପାଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ସବ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ କିଏ ଏବଂ କାହିଁକି ଏଭଳି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇ ନାହି ।

Leave A Reply

Your email address will not be published.