ମାଲକାନଗିରି : ୩୦/୦୭/୨୨ ମାଲକାନଗିରି ସଦର ବ୍ଲକ ସ୍ଥିତ ତମସା ଗ୍ରାମ ପଂଚାୟତର ଏମ୍.ପି.ଭି. ୧ ଗ୍ରାମରୁ ଗ୍ୟାସ ସିଲିଣ୍ଡର କଳାବଜାରି କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୧୫ଟି ସିଲିଣ୍ଡର ଜବତ କରା ଯାଇଛିା ସୁଚନା ମୁତାବକ ଏହି ଗ୍ରାମର ମନୋଜ ରାୟ ନାମକ ଜଣେ ବ ୍ୟକ୍ତି ଦୀର୍ଘବର୍ଷ ଧରି ଗ୍ୟାସ ସିଲିଣ୍ଡର କଳାବଜାରି କାମ କରି ଆସୁଥିଲୋ ମାଲକାନଗିରି ସଦର ମହକୁମା ସ୍ଥିତ ପଂଚବଟୀ ଗ୍ୟାସ ଏଜେନ୍ସି ଠାରୁ ବିଭିନ୍ନ ଲୋକଙ୍କ ନାମରେ ବହି ରଖି ସିଲିଣ୍ଡର ଆଣି ଚଢା ଦରରେ ବିକ୍ରି କରୁଥିଲୋ ବର୍ତମାନ ବଜାରରେ ୧୦୮୨ ଟଙ୍କା ଗ୍ୟାସ ସିଲିଣ୍ଡର ପିଛା ଦର ରହିଥିବା ବେଳେ ସମ୍ପୂର୍କ ବ୍ୟକ୍ତି ୧୧୫୦ ରୁ ୧୨୦୦ ଟଙ୍କା ଦରରେ ଏହି ସିଲିଣ୍ଡର ବିକ୍ରି କରୁଥିଲୋ କୌଣସି ସୁତ୍ରରୁ ସୁଚନା ପାଇ ମାଲକାନଗିରି ବ୍ଲକ ଯୋଗାଣ ନିରୀ କ୍ଷକ ପ୍ରଭୁରଂଜନ ମହାନ୍ତି ଉକ୍ତ ସ୍ଥାନକୁ ଚଢାଉ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ୧୫ଟି ସିଲିଣ୍ଡର ଜବତ କରା ଯିବା ସହ ଭିନ୍ନ ଭିନ୍ନ ଲୋକଙ୍କ ନାମରେ ପଂଚବଟୀ ଗ୍ୟାସ ଏଜେନ୍ସିର ୨୪ଟି ବହି ଜବତ କରିଛନ୍ତିା ଘଟଣା ସ୍ଥଳରୁ ଜବତ କରା ଯାଇଥିବା ସିଲିଣ୍ଡର ଗୁଡିକ କୋରୁକୋଣ୍ଡା ସ୍ଥିତ ଜୟ ମା ସନ୍ତୋଷୀ ଇଣ୍ଡିଆନ ଗ୍ୟାସ ଏଜେନ୍ସିକୁ ହସ୍ତାନ୍ତର କରା ଯାଇଛିା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଧିକ ସୁଚନା ନିମନ୍ତେ ତଦନ୍ତ ଜାରି ରହିଥିବା ଯୋଗାଣ ନିରୀ କ୍ଷକ ପ୍ରଭୁରଂଜନ ମହାନ୍ତି ସୁଚନା ଦେଇଛନ୍ତି ।
