ବହୁତ କମ ଲୋକ କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ପାରୁଛନ୍ତି, ଅଧିକାଂଶ ନିରବ ରହି ପୀଡା ସହୁଛନ୍ତି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର କମ ଲୋକ ହିଁ ଅଦାଲତ ପହଞ୍ଚି ପାରୁଛନ୍ତି। ଅଧିକାଂଶ ଲୋକ ସଚେତନା ଏବଂ ଆବଶ୍ୟକ ମାଧ୍ୟମ ଅଭାବରୁ ନିରବ ରହି ପୀଡା ସହୁଛନ୍ତି। ଶନିବାର ଆୟୋଜିତ ସର୍ବଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରଥମ ବୈଠକରେ ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣା। ତେବେ ଲୋକଙ୍କୁ ସକ୍ଷମ କରିବାରେ ଅଦ୍ୟୋଗିକ କ୍ଷେତ୍ର ବଡ ଭୂମିକା ନିଭାଉଥିବା ସେ କହିଛନ୍ତି।

ସର୍ବଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କାରଗାରରେ ବନ୍ଦୀ ଥିବା ଏବଂ ଆଇନଗତ ସହାୟତାର ଅପେକ୍ଷାରେ ଥିବା ବିଚାରଧୀନ କଏଦୀଙ୍କ ମୁକ୍ତି ପ୍ରକ୍ରିୟା ତ୍ଵରାନ୍ଵିତ କରିବାକୁ ନ୍ୟାୟାପାଳିକକୁ ଅନୁରୋଧ କରିଛନ୍ତି। ପ୍ରଧାନ ବିଚାରପତି ରମଣା କହିଛନ୍ତି, ବାସ୍ତବ ଏହା ଯେ, ଆଜି ଆମ ଜନସଂଖ୍ୟାର କେବଳ ଏକ ଛୋଟ ପ୍ରତିଶତ ହିଁ ଆବଶ୍ୟକ ପଡିଲେ କୋର୍ଟ ପର୍ଯ୍ୟନ୍ତ ଆସି ପାରୁଛନ୍ତି। ସଚେତନତା ଏବଂ ଆବଶ୍ୟକ ସାଧନ ଅଭାବରୁ ଅଧିକାଂଶ ନିରବ ରହି ପୀଡା ସହୁଛନ୍ତି।

ଆଧୁନିକ ଭାରତର ନିର୍ମାଣ ସମାଜରେ ଅସମାନତାକୁ ଦୂର କରିବା ଲକ୍ଷ୍ୟରେ କରାଯାଇଥିଲା। ଗଣତନ୍ତ୍ରର ଅର୍ଥ ସମସ୍ତଙ୍କ ଭାଗିଦାରୀ ପାଇଁ ସ୍ଥାନ ସୁନିଶ୍ଚିତ କରିବା। ସାମାଜିକ ଉଦ୍ଧାର ବିନା ଏହି ଭାଗିଦାରୀ ସମ୍ଭବ ନୁହେଁ। ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା ସାମାଜିକ ଉଦ୍ଧାରର ଏକ ସାଧନ। ବିଚାରଧୀନ କଏଦୀଙ୍କୁ ଆଇନଗତ ସହାୟତା ଦେବା ଏବଂ ସେମାନଙ୍କର ମୁକ୍ତି ସୁନିଶ୍ଚିତ କରିବା ପାଇଁ ଆଇନସେବା ଅଧିକାରୀଙ୍କ ହସ୍ତକ୍ଷେପ ଏବଂ ସକ୍ରିୟ ଭାବେ ବିଚାର କରାଯିବାର ଆବଶ୍ୟକତା ରହିଥିବା ପ୍ରଧାନ ବିଚାରପତି କହିଛନ୍ତି।

ରମଣା କହିଛନ୍ତି, ଆଟର୍ଣ୍ଣିଂ ଜେନେରାଲ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତୀଙ୍କୁ ନେଇ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିଚାରଧୀନ କଏଦୀଙ୍କ ପ୍ରସଙ୍ଗ ଉଠାଇ ଉଚିତ୍ କରିଛନ୍ତି। ମୁଁ ଏହା ଜାଣି ଖୁସି ଯେ, ଜାତୀୟ ଆଇନ ସେବା ପ୍ରାଧୀକରଣ ବିଚାରଧୀନ କଏଦୀଙ୍କୁ ଆବଶ୍ୟକ ଆଶ୍ଵସ୍ତି ଦେବା ପାଇଁ ସମସ୍ତ ହିତଧାରକଙ୍କ ସହିତ ସକ୍ରିୟ ଭାବେ ସହଯୋଗ କରୁଛି। ପ୍ରଧାନ ବିଚାରପତି କହିଛନ୍ତି, ଭାରତ ଦୁନିଆର ସବୁଠୁ ବଡ ଜନସଂଖ୍ୟା ବହୁଳ ଦେଶ। ଏଠାକାର ଜନସଂଖ୍ୟାର ବୟସ ହାରାହାରି ୨୯ ବର୍ଷ ବୟସ ଏବଂ ଦେଶ ପାଖରେ ବିଶାଳ କାର୍ଯ୍ୟବଳ ରହିଛି। ମୋଟ୍ କାର୍ଯ୍ୟବଳରୁ ମାତ୍ର ୩ ପ୍ରତିଶତ କର୍ମୀ ଦକ୍ଷ ଥିବା ପ୍ରଧାନ ବିଚାରପତି କହିଛନ୍ତି।

Leave A Reply

Your email address will not be published.