xmas

ପ୍ରଭାତ ବିଶ୍ୱାଳଙ୍କୁ ଝଟ୍‌କା, ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର ୩୦।୦୭ : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଝଟ୍‌କା । ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଥନୈତିକ ଠକେଇ କାରବାର୍‌ ନେଇ ଇଡି ପକ୍ଷରୁ ଏହି ଆକ୍ସନ ନିଆଯାଇଛି । ମୋଟ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏହି ସମ୍ପତ୍ତି ମଧ୍ୟରେ ପ୍ରଭାତ ବିଶ୍ୱାଳ ଓ ମିଡିଆଗୁରୁ କନ୍ସଲଟାନ୍ସିର ସମ୍ପତ୍ତି ରହିଛି । କଟକ ଏସ୍‌ବିଆଇରେ ଥିବା ପ୍ରଭାତ ବିଶ୍ୱାଳଙ୍କ ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ମିଡିଆଗୁରୁର ନୋଏଡାରେ ଥିବା ସମ୍ପତ୍ତିକୁ ଆଟାଚ୍‌ କରିଛି ଇଡି ।

Leave A Reply

Your email address will not be published.