xmas

ସାଂସଦ ପ୍ରତିନିଧି ମନୋଜ ସାବତଙ୍କ ଉଦ୍ୟମରେ ଦାଦନ ମହିଳା ଗାଁକୁ ଫେରିଲେ

ଫୁଲବାଣୀ -30/07 କନ୍ଧମାଳ ଜିଲ୍ଲା କୋଟଗଡ ଆଜକୁ ପ୍ରାୟ ଚାରି ବର୍ଷ ହେଲା କାମଧନ୍ଦା କରିବାକୁ ପଙ୍ଗାଲି ପଦର ଗ୍ରାମର ବିନେଶ୍ୱର ଚାନେଲସେଟ ଙ୍କ ଝିଅ ଲକ୍ଷ୍ମୀ ପ୍ରିୟା ଚାନେଲସେଟ କେରଳ ରେ କାମ କରିବାକୁ ଯାଇଥିଲେl ସେଠାରୂ ସେ ଘରକୁ ଆସିବା ପାଈଁ ଚାହୁଁଥିଲେ ବି ଆସି ପାରୁନଥିଲେ.lମନ ଦୁଃଖରେସୁଦୂର କେରଳ ରେ ଥିଲେ l ଏହି ଖବର ଜାଣିବା ପରେ କୋଟଗଡ଼ ପାଙ୍ଗାଲ ପଦର ଗ୍ରାମର ରାଉଳ ନାୟକ କୋଟଗଡ ସାଂସଦ ପ୍ରତିନିଧି ତଥା ସମାଜସେବୀ ମନୋଜ ସାବତ ଙ୍କୁ ଜଣାଇଥିଲେl ସଙ୍ଗେ ସଙ୍ଗେ ସାଂସଦ ପ୍ରତିନିଧି ଶ୍ରୀ ସାବତ କେରଳ ପ୍ରଶାସନ ଓପୋଲିସ ସହ ଯୋଗାଯୋଗ କରି କୋଟଗଡ ଠାରୁ ଲୋକ ପଠାଇ ସେ ନିଜସ୍ୱ ଟଙ୍କା ଖର୍ଚ୍ଚ କରି ସେମାନ ଙ୍କୁ ସେଠାରୁନିଜ ଗ୍ରାମକୁ ଆଣିବା ଫଳରେ ସମସ୍ତେ ଖୁସି ବ୍ୟକ୍ତକରିଛନ୍ତି lଏହି କଥାକୁ ନେଇ କୋଟଗଡ ଅଂଚଳବାସି ସଂlସଦ ପ୍ରତିନିଧି ତଥା ସମାଜସେବୀ ମନୋଜ ସାବତ ଙ୍କୁ ଧନ୍ୟ ବାଦ ଦେବା ସହିତ ଲକ୍ଷ୍ମୀ ପ୍ରିୟା ଙ୍କ ବାପା,ମା ଓ ଗ୍ରାମର ଗ୍ରାମ ବାସି ମାନେ କୃତଜ୍ଞତା ଜଣାଇ ଛନ୍ତି l

Leave A Reply

Your email address will not be published.