ନକ୍ସଲଙ୍କୁ ଦମନ କରିବା ପାଇଁ ଛତିଶଗଡ ପୁଲିସ ଏବଂ ସିଆରପିଏଫ ଯବାନ ଲଗାତାର କମ୍ବିଂ ଜାରି, ଦରଭା ଡିଭିଜନ ର ମାଓନେତା ସାଇନାଥଙ୍କ ପ୍ରେସ ବିଜ୍ଞପ୍ତି ଜାରି,

ମାଲକାନଗିରି : ୩୦/୦୭/୨୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ନକ୍ସଲଙ୍କୁ ଦମନ କରିବା ପାଇଁ ଛତିଶଗଡ ପୁଲିସ ଏବଂ ସିଆରପିଏଫ ଯବାନ ଲଗାତାର କମ୍ବିଂ ଜାରି ରଖିଥିବା ବେଳେ ଗତ ୨୫ ତାରିଖ ଦିନ ଦନ୍ତେୱାଡା ଜିଲ୍ଲା କଟେକଲ୍ୟାଣ ଠାରେ ହୋଇଥିବା ଏନକାଉଣ୍ଟରକୁ ନକ୍ସଲ ମିଥ୍ୟା ବୋଲି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ବିଜ୍ଞପ୍ତି ଜାରି କରି ପୁଲିସର ମିଥ୍ୟ ଏନକାଉଣ୍ଟର ଏବଂ ଗରିବ ଲୋକଙ୍କୁ ନିର୍ଯାତନା ବିଷୟରେ ଉଲ୍ଲେଖ କରିଛନ୍ତି।ବସ୍ତର ଅଂଚଳରୁ ଜଳ, ଜମି ଏବଂ ଜଂଗଲକୁ ଲୋକଙ୍କ ଠାରୁ ଛଡାଇ ନେବାକୁ ସରକାର ଏକ ଯୋଜନା ଆପଣେଇଛନ୍ତି। ନକ୍ସଲ ସଂଗଠନର ପିଏଲଜିଏ ଏହାକୁ ବଞ୍ଚାଇବା ପାଇଁ ସଂଘର୍ଷ ଜାରି ରଖିଛି। ଗ୍ରାମବାସୀଙ୍କୁ ସରକାର ଏବଂ ପୁଲିସ ଜଣ ଜଣକୁ ଧରି ହତ୍ୟା କରୁଛି। ସରକାର ସମାଧାନ ଦମନ ଯୋଜନା ଆରମ୍ଭକରି ଲୋକଙ୍କୁ ନିର୍ଯାତନା ଦେବା ସହ ହତ୍ୟା କରି ଚାଲିଛନ୍ତି। ମିଥ୍ୟା ଏନକାଉଣ୍ଟର ଏବଂ ସରକାରଙ୍କର ଗରିବ ଏବଂ ଆଦିବାସୀଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବିରୋଧ କରିବା ସହ ଜନଆନ୍ଦୋଳନକୁ ଜୋରଦାର କରନ୍ତୁ ବୋଲି ମାଓନେତା ସାଇନାଥ ଦାବି କରିଛି।

Leave A Reply

Your email address will not be published.