xmas

ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଅନେକ ଯବାନଙ୍କ ଜୀବନ ବଞ୍ଚାଇଦେଲା ସେନାବାହିନୀର କୁକୁର ‘ଆକ୍ସେଲ’

ନିଜ ଜୀବନକୁ ବାଜିରେ ଲଗାଇ ଅନେକ ଯବାନଙ୍କ ଜୀବନ ବଞ୍ଚାଇଦେଇଛି | ଆଜି ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏକ ଏନକାଉଣ୍ଟର ସମୟରେ ଆତଙ୍କବାଦୀଙ୍କ ଗୁଳିମାଡରେ ଭାରତୀୟ ସେନାର ଯବାନମାନଙ୍କର ସାଙ୍ଗ ତଥା ତୀକ୍ଷ୍ଣ କୁକୁର ‘ଆକ୍ସେଲ’ର ମୃତ୍ୟୁ ହୋଇଯାଇଛି | ଆଉ ଆଜି ‘ଆକ୍ସେଲ’କୁ ସସମ୍ମାନର ସହ ଅନ୍ତିମ ବିଦାୟ ଦିଆଯାଇଛି | ଆଜି ଜମ୍ମୁକଶ୍ମୀରର ବାରାମୁଲ୍ଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଆକ୍ସେଲକୁ ମଧ୍ୟ ନିୟୋଜିତ କରାଯାଇଥିଲା |

ସେନା ଅଧିକାରୀ କହିଛନ୍ତି ଯେ ବିଲ୍ଡିଂ କ୍ଲିୟରାନ୍ସ ଅପରେସନ୍ ସମୟରେ ‘ଆକ୍ସେଲ’କୁ ନିୟୋଜିତ କରାଯାଇଥିଲା | ତେବେ ଆତଙ୍କବାଦୀ ରହୁଥିବା ଏହି କୋଠାରେ ‘ଆକ୍ସେଲ’ ପ୍ରବେଶ କରିବା ମାତ୍ରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ | ଆଉ ଗୁଳି ବାଜିବା ପରେ ସେ ତଳେ ପଡ଼ିଯାଇଥିଲା। ଏହିପରି ଭାବରେ ‘ଆକ୍ସେଲ’ ନିଜ ଜୀବନକୁ ବଳି ଦେଇ ଅନେକ ଯବାନଙ୍କ ଜୀବନ ରକ୍ଷା କରିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ‘ଆକ୍ସେଲ’ ଶରୀରରେ ୧୦ଟି କ୍ଷତ ଚିହ୍ନ ରହିଛି।

ଅର୍ଥାତ ‘ଆକ୍ସେଲ’କୁ ୧୦ଟି ଗୁଳି ବାଜିଥିଲା | ଆଜି ଫୋର୍ସ କମାଣ୍ଡରଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସୂଚନା ଥାଉ କି ବାରାମୁଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଲଶ୍କର-ଏ-ତୋଇବା ଆତଙ୍କବାଦୀ ନିହତ ହୋଇଥିବାବେଳେ ତା ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଦୁଇଟି ମାଗାଜିନ ଏବଂ ୩୦ ରାଉଣ୍ଡ ଗୁଳି ଜବତ କରାଯାଇଛି।

Leave A Reply

Your email address will not be published.