xmas

ପ୍ରେସ କ୍ଲବ ଓ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ପକ୍ଷରୁ ବୃକ୍ଷ ରୋପଣ

ଫୁଲବାଣୀ31//7 କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ଵୃଦ୍ଧାଶ୍ରମ ରାସ୍ତା ରେ ବିଭିନ୍ନ କିସମ ର ବୃକ୍ଷ ରୋପଣ କରାଯାଇଥିଲା l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରେସ କ୍ଲୁବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଫିଲିମୋହୋନ ନାୟକ, ସୁବାସ ପ୍ରଧାନ, ଅଜିତ ମହାରଣା, ସନ୍ତୋଷ ଦିଗଲ, ସ ମ୍ପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସତ୍ୟ ନାରାୟଣ ବେହେରା, ସୁ ନିଲବିଶ୍ୱାଳ,ସହସଂପାଦକ ରମେଶ ପ୍ରଧାନ, ସୂର୍ଯ୍ୟ ବେହେରା, ଆଦିତ୍ୟ ତ୍ରିପାଠି, ଭି ଭି ଶଙ୍କର, ବିମଳ ବେହେରା, ବୈଦ୍ୟ ବେହେରା, ବୈଦ୍ୟ ନାୟକ, ଶିବ ନାୟକ, ରାଧା ମୋହନ ମହାପାତ୍ର, ଅଶୋକ ମହାନ୍ତି, ନାରାୟଣ ସାହୁ, ବିଜୟ ମହାନ୍ତି,ଶିବାନନ୍ଦ ପଟନାୟକ, ଜୟ ସେନ ପରିଡ଼ା, ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ ସେହିପରିବନ ବିଭାଗ କର୍ମଚାରୀ ପ୍ରେମାନନ୍ଦ ସାହୁ ଯୋଗ ଦେଇ ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ମଧ୍ୟ କହିଥିଲେ l ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରିରହିବ ବୋଲି ସଭାପତି ସୁନୀଲ ପଟନାୟକ କହିଥିଲେl

Leave A Reply

Your email address will not be published.