କବାଡି ଵାଲା ଙ୍କ କବଜା ରେ ଧାନ ମଣ୍ଡି, କାର୍ଯ୍ୟାନୁଷ୍ଠାନ କେବେ ?

ଫୁଲବାଣୀ 1/08 ସରକାର ଧାନ କିଣିବା ପାଈଁ ଚାଷୀ ଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ ସ୍ଥାନ ରେ ଧାନ ମଣ୍ଡି ମାନ ଖୋଲିଛନ୍ତି ହେଲେ, କେତକ ଧାନମଣ୍ଡି କବାଡିବାଲା ଙ୍କ କବଜା ରେ ଥିବା ଦେଖିବାକୁ ମିଳିଛି l ସେଥିମଧ୍ୟରୁ କ . ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଠାରେ ଥିବା ଧାନ ମଣ୍ଡି ଅନ୍ୟତମ lଏହି ମଣ୍ଡି ସ୍ଥାନ କୁ ଜଣେ କବାଡିଆ ଅନେକ ଦିନ ହେଲାପୁରୁଣା ସ୍କ୍ରlପ ରଖି ମାଡିବସି କବଜା କରିଥିବା ଅଭିଯୋଗ ହେଉଛି lପ୍ରଶାସନ ଏହାକୁ ତୁରନ୍ତ ହଟାଇବା ସହ ସେଠାରେ ମଣ୍ଡି ର ସମସ୍ତ ବ୍ୟବସ୍ଥା କରାଗଲେ ଅଂଚଳ ର ଚାଷୀ ମାନେ ବେଶ ଉପକୃତ ହୁଅନ୍ତେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l ନଚେତ ଆଗାମୀ ଦିନରେ କୃଷକ ସଂଗଠନ ରାଜ ରାସ୍ତା କୁ ଓଲ୍ଲlଇବ ବୋଲି ଚେତାବନୀ ଦେଇଛି l

Leave A Reply

Your email address will not be published.